STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଭାଗ୍ୟଫଳ

ଭାଗ୍ୟଫଳ

1 min
1

କବିତା - ଭାଗ୍ୟଫଳ
 ରଚନା - ପଞ୍ଚାନନ ଜେନା
ତାରିଖ -୩୦-୦୬-୨୦୨୬
+++++++++++++++
 ଶୁଣିଥିଲି ବି ଜାଣିଥିଲି ବି
କି ଲୋକେ କ୍ଳାନ୍ତି ମେଣ୍ଟେଇବା ପାଇଁ ଆସନ୍ତି ଘରକୁ
ଯେମିତି ପକ୍ଷୀମାନେ ସଂଜବୁଡ଼ୁ ଫେରନ୍ତି ବସାକୁ
ଯେମିତି ଗାଈଗୋରୁମାନେ ଧୂଳି ଉଡେଇ ଫେରନ୍ତି ଗୁହାଳକୁ
ଆଉ ଯେଉଁମାନେ ଘରେ - ବସାରେ- ଗୁହାଳରେ ରହୁ ରହୁ ଥକି ପଡ଼ନ୍ତି ଯିବେ କେଉଁ ଗାତକୁ କୁଆଡକୁ ଖୁଆଡକୁ?

 ଦେଖିଥିଲି ବି ପରଖିଥିଲି ବି
କି ଝିଅମାନେ ଫୋନରେ ମା' କୁ ଶାଶୁଘର ଗଞ୍ଜଣା
କଟୁ କଥାର ବିକ୍ରୋକ୍ତି କହୁ କହୁ ଝରେଇ ପକାନ୍ତି ଲୁହ
 ବୋହୁମାନେ ଠାକୁର ଫଟୋ ଆଗରେ ଦୁଃଖ ବଖାଣୁ ବଖାଣୁ
ବତୁରେଇ ପାରନ୍ତି ଛାତିଥରା କୋହ
 ସଦ୍ୟ ସାଜିଥିବା ବିଧବାମାନେ ତୁଳସୀ ମୂଳରେ ପାଣି ଢାଳୁ ଢାଳୁ ଗୁଣୁଗୁଣେଇ ପାରନ୍ତି ପଥର ତରଳା ମୋହ
ଆଉ ଯେଉଁମାନଙ୍କର ମା- ମାଉସୀ -ପିଉଷୀମାନେ ନାହାନ୍ତି
 କାହା ଆଗରେ କାନ୍ଦିବେ ଝୁରିବେ କି ?

 ପଢ଼ିଥିଲି ବି ମଣିଥିଲି ବି
 କି ଦୁଃଖ ବାଣ୍ଟିଦେଲେ ଅଧା ହୋଇଯାଏ
 ନିଜ ଲୋକ ଆଗରେ ଶୋକ ବଖାଣିଲେ ଅଧାରୁ ଅଧେ କମିଯାଏ
 ନିଜର ରକ୍ତର ମନର ମଣିଷ ଆଗରେ
କହି ପକେଇଲେ ସଂପୂର୍ଣ୍ଣ ହାଲୁକା ହୋଇଯାଏ
ଆଉ ଯାହାର ନିଜର ଆତ୍ମୀୟ ଅତି ଆପଣାର
 କେହି ବି ଜଣେ ନାହାନ୍ତି
କାହା ଆଗରେ ଦୁଃଖ ଶୋକ ପ୍ରସ୍ତାବ ରଖିବ କି ?

 ଭାବିଥିଲି ବି ଚିନ୍ତିଥିଲି ବି
କି ସବୁ ମଣିଷକୁ କେବେ ନା କେବେ ସୁଖଶାନ୍ତି ମିଳେ
 ଯେତେ ଦୁଃଖ କଷ୍ଟରେ ଥିଲେ ବି କେବେ ନା କେଉଁଠି ପ୍ରଶାନ୍ତି ମିଳେ ଯେତେ ସୁବିଧା ଅସୁବିଧାରେ ଥିଲେ ବି
ସମୟ ଅସମୟରେ ମାନ ସମ୍ମାନ କ୍ରାନ୍ତି ସଂକ୍ରାନ୍ତି ମିଳେ
ଆଉ ଯେଉଁ କେତେଜଣ ଗଣା ଜଣା ଶୁଣାମାନେ
ଭିତରୁ ଭାଙ୍ଗି ପଡିଛନ୍ତି କାଚ ପରି ଖଣ୍ଡ ଖଣ୍ଡ
 କାହା ଆଗରେ ମୁଣ୍ଡ ନୁଏଁଇବେ କି ?

 ସତ କହିବାକୁ ଗଲେ
ସବୁ କର୍ମଫଳ, ଭୋଗିବାକୁ ପଡ଼େ ଭାଗଫଳ
 ବାକ୍ୟବୀର ବି କର୍ମବୀର ବି
ସମୟ ତରାଜୁରେ ତଉଳିବା ପରେ ଭାଗ୍ୟଫଳ


Rate this content
Log in

Similar oriya poem from Inspirational