STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସଂଶୋଧିତ ଅଭିଧାନ

ସଂଶୋଧିତ ଅଭିଧାନ

1 min
0

କବିତା - ସଂଶୋଧିତ ଅଭିଧାନ
ରଚନା - ପଞ୍ଚାନନ ଜେନା
ତାରିଖ -୨୯-୦୬-୨୦୨୬
++++++++++++++++
ଯାହା ଶ୍ରବଣୀୟ ତାହା ହିଁ ଗ୍ରହଣୀୟ
ଉଦୟରାଗେ ହସେ ଦିବ୍ୟଜ୍ଞାନ
ଯାହା କରଣୀୟ ତାହା ହିଁ ବରଣୀୟ
ନିଜକୁ ନିଜେ କରୁଥା ପରିବର୍ତ୍ତନ

 ଯେତେ ମୁଁ ତ୍ୟାଗିଲି ପର ପାଇଁ କଲି
ସତ ସହସ୍ର ଚେଷ୍ଟା ଗଲା ଅକାରଣ
ଯେତେ ଅନୁଭବ ସେତେ ପରାଭବ
କଳିଯୁଗେ ସବୁ ଓଲଟା ଆଚରଣ

 ସମୟ ମୁଁ ଦେଲି ଧନ ବି ଖର୍ଚ୍ଚିଲି
ତନ ମନ ଯୌବନ କଲି ସମର୍ପଣ
ବିଷଧର ସର୍ପ ପରି ପଛେ ବୁଲିକରି ଦଂଶିଦେଲା
ଚୋଟ ପରେ ଚୋଟ ବାଣ

 ଭଲ ଉପଦେଶ ଭେଲ ଅଧ୍ୟାଦେଶ
ଅବୁଝା ମାନଙ୍କୁ ପ୍ରାୟ ଧୂଆଁବାଣ
 ଅଳ୍ପବିଦ୍ୟାଧାରୀ ଅଚିରେ ପୂରଣକାରୀ
କୁମତିରେ ଭ୍ରମିଲେ ପାଗଳ ଜନ୍ତୁରାଣ

 ନିଜର କୁହ ବା କୁହ ପ୍ରୀୟ ଆପଣାର
ସବୁ ମାୟା ସଂସାର ନିୟମ
କେହି ନାହିଁ ପ୍ରୀୟବର ବାନ୍ଧବ ସୋଦର
ସ୍ୱାର୍ଥାନ୍ଧ କ୍ରୋଧାନ୍ଧ କ୍ଷଣେ କ୍ଷଣେ ବେନିୟମ

 କାହିଁକି ଅନୁଶୋଚନା କାହିଁକି ବା ଆଶ୍ଵାସନା
 ପର କି ଆପଣା ହୋଇବ ଧନ
ଆସିଛେ ଏକା ଯିବା ବି ଏକା ସମ୍ବିଧାନ
 ସମସ୍ୟାର ସଂଶୋଧିତ ଅଭିଧାନ


Rate this content
Log in

Similar oriya poem from Tragedy