STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଭ୍ରମିତ ନ ହୁଅ

ଭ୍ରମିତ ନ ହୁଅ

1 min
0

କବିତା - ଭ୍ରମିତ ନ ହୁଅ
ରଚନା - ପଞ୍ଚାନନ ଜେନା
 ତାରିଖ -୦୪-୦୭-୨୦୨୬
 +++++++++++++++++
 ଗଗନରେ ଦେଖ ଖଣ୍ଡ ଖଣ୍ଡ କଳା ବଉଦର ମେଳା
ମଝିରେ ମଝିରେ ବିଜୁଳି ଚମକେ ଯେସନ ମେଖଳା
ହେ ସଖା !
 କୁହ ! କେବେ ହେବ ଆଉ ଦେଖା ?
ଭ୍ରମିତ ନ ହୁଅ ଦେଖି ମାୟା ସଂସାରର ଲୀଳାଖେଳା
ବିଷଧର ସର୍ପ ବି ବୋଲ ମାନିନିଏ ଗୁରୁ ସାପୁଆ କେଳା

 ବର୍ଷାର ଛଟକ ଛୁଆଁ ଆଉ ବାଦଲର ନହୁଲି ମାୟା
ମନ ଗହନରେ ଜଗାଏ ସୁପ୍ତ କାମନାଗ୍ନି ପ୍ରୀୟା
ହେ ସଖା !
 କୁହ ! କେବେ ହେବ ଆଉ ଦେଖା ?
 ଦ୍ରବିତ ନ ହୁଅ ଦେଖି ଆଷାଢ଼ର ଟୁପୁର୍ ଟାପୁର୍ କାୟା
ଜଳ ହିଁ ଜୀବନ ପରା ସୃଷ୍ଟି ସଞ୍ଜିବନି ଭାବିନିଅ ଦୟା

 ଲକ୍ଷେ ତାରା ଥିଲେ ଢୁ ଗୋଟିଏ ଚାନ୍ଦରେ ସୁନ୍ଦର ଧରା
ଶହେ ପୁଅ ଥିଲେ ଢ଼ୁ ଗୁଣବନ୍ତ ପୁଅ କୋହିନୂର ହୀରା
 ହେ ସଖା !
 କୁହ ! କେବେ ହେବ ଆଉ ଦେଖା ?
 ସଙ୍କିତ ନ ହୁଅ ଦେଖି ସଂସାର ସମସ୍ୟା ଜଞ୍ଜାଳ ସାରା
ବିଶୁଦ୍ଧ ସୁବର୍ଣ୍ଣ ଚମକେ ନିଆଁରେ ତରଳା ହେଲେ ପରା

 ଆକାଶ ପୃଥିବୀର ମହାମିଳନ ଓଦା ଓଦା ଆଲିଙ୍ଗନ
ଭିଜୁଛି ମାଟି ଉଠୁଛି ଗନ୍ଧ ଆହା କି ମିଠା ସମ୍ମୋହନ
ହେ ସଖା !
କୁହ ! କେବେ ହେବ ଆଉ ଦେଖା ?
 ଆତଙ୍କିତ ନ ହୁଅ ଦେଖି ବାଦଲଫଟା ବର୍ଷା ବିତ୍ପାତ
 ସବୁ ଝଡ଼ ପରା ଆଣେ ସୁନ୍ଦର ସୁନେଲି ରୂପେଲି ପ୍ରଭାତ

 ମଣିଷ ଜୀବନ ପରା ସମୟ ହାତରେ ଜଉ କଣ୍ଡେଇ
 କ୍ଷଣଭଙ୍ଗୁର ହେଲେ ହେଁ କୋଳାହଳରେ ବଂଚେ କମ୍ପେଇ
ହେ ସଖା !
କୁହ ! କେବେ ହେବ ଆଉ ଦେଖା ?
 ଭୟଭୀତ ନ ହୁଅ ଦେଖି ଗଡ଼ାଣ ଉଠାଣ ପଥ ପନ୍ଥାରେ
ସବୁ ବିଫଳତାର ପାହାଚ଼ ପରେ ପରା ସଫଳତାର ଦ୍ୱାର ଫେରେ


Rate this content
Log in

Similar oriya poem from Inspirational