STORYMIRROR

Panchanan Jena

Fantasy

4  

Panchanan Jena

Fantasy

ନୀରବ ଉପଦ୍ରବ

ନୀରବ ଉପଦ୍ରବ

1 min
0

କବିତା - ନୀରବ ଉପଦ୍ରବ
ରଚନା - ପଞ୍ଚାନନ ଜେନା
 ତାରିଖ -୨୫-୦୬-୨୦୨୬
++++++++++++++++
 ରମଣୀର ତନୁ ବଲ୍ଲରୀ ମାପିଥିବ
ମହିଳାର ଯୌବନ ଭୂଗୋଳ ଖୋଜିଥିବ
ନାରୀର ଦେହ ଦେହଳୀ ଅର୍ଗଳି ଡେଇଁଥିବ
 କାମନା ବାସନାରେ ଜର୍ଜରିତ ହୋଇଥିବ
ଏକପାଖିଆ କଳ୍ପଲୋକରେ ବିଚରଣ କରିଥିବ
 ଆହୁରି ଅନେକ କିମ୍ଭୁତ କୁତ୍ସିତ କିମ୍ଭାକାର ଭାବିଥିବ

 ଭାବି ପାରିବ
 ଅସୁବିଧା କାଣିଚାଏ ବି ନ ଥିବ
ଭାବନା ଚେତନା ମୁର୍ଚ୍ଛନା ପରା
 ମୌଳିକ ନୈସର୍ଗିକ ଅଧିକାର ସମ୍ଭବ
 ଶେଷ ନିଃଶ୍ୱାସ ପ୍ରଶ୍ଵାସ ପର୍ଯ୍ୟନ୍ତ ଭାବନା ଗୁନ୍ଥି ପାରିବ

 ମାତ୍ର ଛୋଟ ଅନୁରୋଧଟେ ରଖିବ କି ?
ଆଉ ଦୁଇ ପାଦ ଆଗକୁ ଯିବ କି ?
ଭାବୁଥିବା ଅଞ୍ଚଳ ଡେଇଁ ପାରିବ କି ?
 ତନଗଣ୍ଠି ଖୋଲା ମେଲା କରି
ମନକଣ୍ଠି ହୁଗୁଳା ମୁକୁଳା କରି
ଆତ୍ମାସୁଣ୍ଠି ବୃହତ ବିଶାଳ କରି
ଅନାବିଷ୍କୃତ ଇତିହାସ ପଢ଼ି ପାରିବ କି ?

 ଶୁଣି ପାରିବ ନୀରବତାର ସୀମାରେଖା
 ନିମ୍ନରେ ବିଦଗ୍ଧ ପ୍ରତୀକ୍ଷାର ମୁଗ୍ଧ କଳରବ
 ମୁଖ ମୟୁଖରେ ଢ଼ଳଢ଼ଳ ସାମ୍ନାରେ
ଶବ୍ଦମାନଙ୍କର ବ୍ୟାକୁଳିତ ଉପଦ୍ରବ

 ଆଉ ପଦିଏ କହିପାରେ
କିନ୍ତୁ ପରନ୍ତୁ ଅଧିକନ୍ତୁ ଭାବିପାରେ

 ଯଦି ଏ ସବୁ ପଢି ପାରୁନ କି ବୁଝି ପାରୁନ
ଯଦି ଏ ସବୁ ଦେଖି ପାରୁନ କି ଶୁଣି ପାରୁନ
କେମିତିକା ପୁରୁଷ ପୁଙ୍ଗବ ହୋ

ରତି- ରମଣ-ରୋଷେଇ ଗଣିତରେ ସ୍ନାତକ ଶିକ୍ଷା ସୀମୀତ କେବଳ
 ଦୟା-କରୁଣା-କ୍ଷମା-ବଳିଦାନ ଦର୍ଶନରେ
 ଡକ୍ଟରେଟ ଡିଗ୍ରୀ ଧାରୀ ମହିଳା ପରା ଛଳଛଳ
ସେବା- ବାତ୍ସଲ୍ୟ-ଅର୍ପଣ-ସମର୍ପଣ ବିଜ୍ଞାନରେ
 ଡି-ଲିଟ୍ ଉଚ୍ଚତର ଗବେଷଣାରେ ନାରୀ ଜାତି ପରା ପ୍ରତିପଳ


Rate this content
Log in

Similar oriya poem from Fantasy