STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସବୁ ବାହାସ୍ଫୋଟ

ସବୁ ବାହାସ୍ଫୋଟ

1 min
0

କବିତା - ସବୁ ବାହାସ୍ଫୋଟ
 ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୬-୨୦୨୬
+++++++++++++++
 ଯନ୍ତ୍ରଣାର ଛାଟ ଆଉ ଜଞ୍ଜାଳର ଚୋଟ
 ହାତ ମିଶେଇ ଦେଲେ
ଭୋକର କୁହାଟ ଟା ହୁଏ ଭାରି ଉଚ୍ଚାଟ

 ଅମା ଅନ୍ଧାରୀ ବାଟ ଅଜଣା ଅଶୁଣା ହାଟ
ହାତ-ପାଦ ମିଶେଇ ଦେଲେ
ବିପଦ ସଂକେତ ଟା ହୁଏ ଭାରି ଉଦ୍ଭଟ

 ସମସ୍ୟାର ନାଟ ଆଉ ସନ୍ତାପର ତୁଠ
ହାତ- ପାଦ- ତୁଣ୍ଡ ମିଶେଇ ଦେଲେ
ହା ହୁତାଶନ ଛୁଟେ ଯେସନ ବିକଟାଳ ଶକଟ

 କପଟ ମଲାଟ ଆଉ କୌଶଳ ବିରାଟ
 ହାତ-ପାଦ- ତୁଣ୍ଡ-ମୁଣ୍ଡ ମିଶେଇ ଦେଲେ
 ସମସ୍ୟାଟା ଅନ୍ତହୀନ ଦିଗେ ଲମ୍ବେ ଫଟାଫଟ

 ପ୍ରପଞ୍ଚର ଥାଟ ଆଉ ବାହାଦୁରିଆ ଆଲଟ
 ହାତ-ପାଦ- ତୁଣ୍ଡ-ମୁଣ୍ଡ-ସୁଣ୍ଡ ମିଶେଇ ଦେଲେ
 ସମାଧାନର କ୍ଷୀଣ ଆଶା ବି ମାରେ ଚମ୍ପଟ

 ସମସ୍ୟାର ଅଝଟ ଆଉ କଳ୍ପନାର କଳ୍ପବଟ
 ଟଣା ଓଟରା ଲାଗନ୍ତି ଯେସନ ଯୁଦ୍ଧ
ବିବେକର କାଛି ହୁଗୁଳା କରିଲେ ସବୁ ବାହାସ୍ଫୁଟ


Rate this content
Log in

Similar oriya poem from Inspirational