STORYMIRROR

Panchanan Jena

Romance

4  

Panchanan Jena

Romance

ଋଣୀ ଚିରଋଣୀ

ଋଣୀ ଚିରଋଣୀ

1 min
0

କବିତା - ୠଣୀ ଚିରଋଣୀ
ରଚନା - ପଞ୍ଚାନନ ଜେନା
ତାରିଖ -୦୪-୦୭-୨୦୨୬
+++++++++++++++++
 ମୁଁ ଋଣୀ ଚିରଋଣୀ
ମାଟି ପାଣି ଧରଣୀ ପାଖରେ
 ତରୁ ତୃଣ ତରଣୀ ପାଖରେ
ସେହି ମର୍ମରେ
ତୁମ ମଙ୍ଗଳସୂତ୍ରର ଅଛିଣ୍ଡା ଅଙ୍କ ଆଗରେ
ତୁମ ଟିକିଲି ସିନ୍ଦୁର ଶୋଭିତ କପାଳ ପାଖରେ

 ମୁଁ ଋଣୀ ଚିରୠଣୀ
ପବନ ଗଗନ ଅନନ୍ତ ସାଗର ଆଗରେ
ଅଣୁ ପରମାଣୁ ଡିମ୍ବାଣୁ କ୍ଷୁଦ୍ରାଣୁ ସାଙ୍ଗରେ
ଗ୍ରହ ଉପଗ୍ରହ ତାରାମଣ୍ଡଳ ଆକାଶଗଙ୍ଗା ପାଶରେ
ପ୍ରତିଟି ସକାଳ ସମୟ ଜୀବନ ପାଖରେ
ସେହି ଧର୍ମରେ
ତୁମ ଆକୁଣ୍ଠ ଅର୍ପଣ ତର୍ପଣ ସମର୍ପଣ ପାଖରେ
 ତୁମ ଆକଣ୍ଠ ଅଙ୍କୁରିତ ପଲ୍ଲବିତ ଶୃଙ୍ଗାର ଆଗରେ

 ମୁଁ ଋଣୀ ଚିରଋଣୀ
ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ପାଖରେ
ବର୍ଷ ମାସ ଦିବସ ଆଗରେ
ଘଣ୍ଟା ମିନିଟ ସେକେଣ୍ଡ ପାଖରେ
 ସେହି କର୍ମରେ
ତୁମ ପୂର୍ଣ୍ଣମୀ ଚାନ୍ଦ ପରି କୋରକିତ ଯୌବନ ଆଗରେ
ତୁମ ବାସନ୍ତୀ ସନ୍ଧ୍ୟା ପରି ମହକିତ ଜୀବନ ପାଖରେ

 ମୁଁ ଋଣୀ ଚିରଋଣୀ
ଅମା ଅନ୍ଧାର ଦୁରେଇ ଥିବା ଦ୍ୱିତୀୟା ତିଥି ପାଖରେ
ବେଳାଭୂମୀର ଉଦିତ ସୂର୍ଯ୍ୟର ସ୍ୱର୍ଣ୍ଣିମ ଆଭା ଆଗରେ
ସେହି ଶର୍ମରେ
ତୁମ ବେଶ କେଶ ନିର୍ମଳ ପରିବେଶ ପାଖରେ
ତୁମ ଚମ୍ପାଫୁଲିଆ ଦେହ ଦେହଳୀ ଅର୍ଜଳୀ ଆଗରେ

 ମୁଁ ଋଣୀ ଚିରଋଣୀ
ତୁମ ରଙ୍ଗ ରାଗ ରୋଷଣୀ ଶ୍ରାବଣୀ ପାଖରେ
ତୁମ ହୃଦୟରେ ଉଠୁଥିବା ପ୍ରେମ ଫଲଗୁ ସାଙ୍ଗରେ


Rate this content
Log in

Similar oriya poem from Romance