STORYMIRROR

Sambit Srikumar

Classics Others Children

3  

Sambit Srikumar

Classics Others Children

ଶିଶୁ

ଶିଶୁ

1 min
298


ତୁମେ ଅଟ ସରଳ ନିଷ୍କପଟ

ଯଥା ଗୀତି କବିତାର ଛନ୍ଦ

ସବୁ ବେଳେ ତୁମ ଓଷ୍ଠେ

ଲାଗି ଥାଉ ହସ ମୁଚୁକୁନ୍ଦ !


ତୁମେ ତ ଦେବତାଙ୍କ ଆଶୀର୍ବାଦ

ପୁଣି ଅଟ ତାହାଙ୍କ ଦିବ୍ୟ ସ୍ବରୂପ

ଜାଣି ନାହଁ ତୁମେ ଛନ୍ଦ କପଟ

ହିଂସା ଦ୍ବେଷ ବୈରୀ ଭାବ !


ଏଇ ଧରାଧାମେ ଜନ୍ମମିଛ ତୁମେ

ହୋଇ ଦେବତ୍ବର ଅଧିକାରୀ

ତୁମ ଲାଗି ହସଇ ସାରା ଦୁନିଆଁ

ତୁମେ ତ ସଂସାରେ ସୁଖ ବୃଷ୍ଟିକାରୀ!


ତୁମ ଆଗମନେ ଗର୍ବିତ ପିତାମାତା

ଦିଅନ୍ତି ଜଗତେ ସଭିଙ୍କୁ ଶୁଭ ବାରତା

ପରିବାର ଲାଗି ଖୁସିର ଅସରା ପସରା

ପରଶରେ ତୁମ ହସି ଉଠେ ଏଇ ଧରା!


ତୁମ କଥା ଭାଷା ଆହା କି ମଧୁର

ତୁମ ଲାଗି ଜୀବନ ଲାଗଇ ସୁନ୍ଦର

ତୁମେ ତ ଆଶା ଆକାଂକ୍ଷାର ଭଣ୍ଡାର

ତୁମେ ଅମୂଲ୍ୟ ସମ୍ପଦ ମାନବ ଜାତିର!


ତୁମେ ତ ଦେଶର ଭବିଷ୍ୟତ

ତୁମ ସ୍କନ୍ଧରେ ଜାତିର ଦାୟିତ୍ଵ

ତୁମେ ହୋଇଲେ ସଭ୍ୟ ଶିକ୍ଷିତ

ଦେଶ ଓ ଜାତି ହୋଇବେ ଉନ୍ନତ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics