STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
414


ନୂଆ ଭାରତର ନୂତନ ଉମଙ୍ଗ

  କରୁଅଛି ପୁଲକିତ,

ତଥାପି ଯନ୍ତ୍ରଣା ଦେଉଛି ଅପାର

  ଶିଶୁ ଶ୍ରମିକଙ୍କ ଆର୍ତ୍ତ।


ଯେଉଁ ଶିଶୁ ଆଜି ଶିକ୍ଷାର ଅର୍ଜନେ

  ସ୍କୁଲ ଓ କଲେଜେ ହେବା,

ସେହୁ ଶିଶୁ ଆଜି ହୋଟେଲ ଗୃହରେ

  ତହିଁ କାର୍ଯ୍ୟରତ ହେବା।


ଏହୁ ଦୃଶ୍ୟ ଦେଖି ରାଷ୍ଟ୍ରର ପଟଳେ

  ଅତିହିଁ ଦୁଃଖିତ ମନ,

ଉନ୍ନତି ପ୍ରଗତି କେଉଁ ପ୍ରଯୋଜନ

  ହୁଏ ଯେବେ ଶିଶୁ ହୀନ।


ଦେଖ ତାର ପୁଣି ପିତା ମାତା ଦୁଇ

  ଶିଶୁ ପାଇଁ କେତେ ପ୍ରେମ,

ଶିକ୍ଷିତ ନକରି ଶ୍ରମିକ କରାନ୍ତି

  ଶିଶୁ ଅର୍ଜନରେ ପ୍ରେମ।


କାଗଜ କଲମେ କାନୁନ ରହିଛି

  ଶ୍ରମିକ ନହେଉ ଶିଶୁ,  

କରିଲେ ଶ୍ରମିକ ଦଣ୍ଡ ସୁନିଶ୍ଚିତ

  ଶ୍ରମିକ କାନୁନେ ଦିଶୁ।


ପାଠ ପଢା ଛାଡି ଶିଶୁ ଯେ ଶ୍ରମିକ

  କହିବା କିରେ ସମ୍ପନ୍ନ,

ଲଜ୍ୟ ଲାଗେ ଦେଖି ଜନକ ପ୍ରବୃତ୍ତି

  ନାହିଁ କାରେ ଶିଶୁ ଧ୍ୟାନ।


ଗାଆଁ ଗହଳିରେ ଦେଖ ଜ୍ଞାନୀ ଜନ

  ଚରାନ୍ତି ଶିଶୁ ବଳଦ,

ବଳଦ ପଛରେ ଦେଖରେ ଶିଶୁକୁ

  କରେ ମନ ଆର୍ତ୍ତନାଦ।


ପାଠ ପଢି ଶିଶୁ ଆଣିବ ଗୌରବ

 କରିବ ରାଷ୍ଟ୍ର ଉନ୍ନତି,

ଶ୍ରମିକ ହୋଇଲେ କି କରିବ ଶିଶୁ

 କାହୁଁ ବା ତାର ପ୍ରଗତି।


ଧ୍ୟାନ ପଡୁ ଏବେ ଜ୍ଞାନୀ ଜନଙ୍କର

 ଧ୍ୟାନ ପଡୁ ସରକାରେ,

ଶିଶୁ ଯେବେ ରାଷ୍ଟ୍ରେ ହେବେରେ ଶ୍ରମିକ

 ହୋଟେଲ ପଶୁ କାର୍ଯ୍ୟରେ।


ନୂଆ ଭାରତର ସ୍ବପ୍ନ କି ଏହୁରେ

 ଶିଶୁ ପ୍ରତି ଧ୍ୟାନ ନାହିଁ,

ଧ୍ୟାନ କାହିଁ ତହିଁ ପିତୃମାତୃଙ୍କର

  ଧ୍ୟାନ ସମାଜର ନାହିଁ।


ନିରୀହ ଶିଶୁକୁ ଶ୍ରମିକ କରାନ୍ତି

 ମାତ୍ର ନିଜ ସ୍ବାର୍ଥ ପାଇଁ,

ଶିକ୍ଷା ଜ୍ଞାନେ ନାହିଁ ଶ୍ରମିକ କରନ୍ତି

 କେବଳ ଅର୍ଥର ପାଇଁ।


କିପରି କହିବା ନୂତନ ଭାରତ

  ଶିଶୁ ଯେଉଁଠି ଶ୍ରମିକ,

ଦିଏ ସରକାର ସମସ୍ତ ସୁବିଧା

  କିପରି ଅଭିଭାବକ।


ପାଠଶାଳେ ମିଳେ ସମସ୍ତ ସୁବିଧା

  ଖାଇବା ବ୍ୟବସ୍ଥା ଯହିଁ,

ପୋଷାକ ମାଗଣା ସାଧନ ମାଗଣା

  ମାଗଣା ସବୁତ ତହିଁ।


କାହିଁକି ବଞ୍ଚିତ ଶିକ୍ଷା କ୍ଷେତ୍ରୁ ଶିଶୁ

  ହୁଏ ମନ ମର୍ମାହତ,

ବିଚାର କରହେ ରାଷ୍ଟ୍ରର ଜନତା

  ହୁଅନ୍ତୁ ଶିଶୁ ଶିକ୍ଷିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract