ଶିଶୁ ରାଇଜ ର ରାଜା
ଶିଶୁ ରାଇଜ ର ରାଜା
ଶିଶୁ ଦିବସ ର ରାଜା ତ କେବଳ
ଜବାହର ଲାଲ ନେହେରୁ
ଖୋଜି ଖୋଜି ଆମେ ପଆଉ ତାହାଙ୍କୁ
ନଭେମ୍ବର ଚଉଦରୁ ।
ଶିଶୁ ପ୍ରେମି ବୋଲି ଶିଶୁମାନେ ଖୁସି
ଏହି ଦିନ ପାଳିବାକୁ
କେତେ ନାଚ ଗୀତ ଡିବେଟହୁଅଇ
ମିଠା ମିଳେ ଖାଇବାକୁ ।
ଏବେ କିନ୍ତୁ ପିଲା ମିଠା ଖାଇବାକୁ
ଭଲ ନ ପାଆନ୍ତି ଜମା
ମାଗି ଚାଓ ମିନି ପାସ୍ତା ଆଉ ଦୋସା
କରି ଦେବ ମୋତେ କ୍ଷମା ।
ସେ ପିଲା ଏ ପିଲା ଫରକ ବହୁତ
ଏତ କମ୍ପୁଟର ଯୁଗ
ଖେଳ ଦଉଡ ଓ କାର ରେସ ସବୁ
ମୋବାଇଲ ର ଏ ଭାବ ।
ମୋବାଇଲ ଏକ ହାତରେ ପଡିଲେ
କିଛି ଆବଶ୍ୟକ ନାହିଁ
ବିନା ମୋବାଇଲ କୌଣସି ଶିଶୁଙ୍କୁ
ଦେଖିବା କଷ୍ଟ ହୁଅଇ ।
ଇଅର ଫୋନକୁ କାନରେ ଲଗାଇ
କିଛି କଥା ନ ଶୁଣନ୍ତି
ଡାକି ଡାକି କରି ତଣ୍ଟି ଶୁଖିଗଲେ
ପାଣିଟୋପେ ନ ଦିଅନ୍ତି ।
ସେକାଳ ଏକାଳ ଫରକ ଅନେକ
ଆହେ ଶିଶୁ ରାଇଜର ରାଜା
କେଉଁ ଠାରେ ଅଛ କିପରି ରହିଁଛ
ଆଉ ଥରେ ଭାରତ କୁ ଆଜା ।
ଏ ଭାରତ ବାସି ଭାରି ତ ସାହସୀ
ଡରିବେ ନାହିଁ ସେ ଜମା
ସାଥିରେ ତୁମକୁ ଖେଳେ ମିଶାଇବେ
ଆସ ଥରେ ପୁଣ୍ୟ ଆତ୍ମା ।
