Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ଶିକ୍ଷିତ ଏଠି ମୂର୍ଖ‌‌‌ ସାଜଇ"

"ଶିକ୍ଷିତ ଏଠି ମୂର୍ଖ‌‌‌ ସାଜଇ"

1 min
145



  ଶିକ୍ଷିତ ଏଠି ମୂର୍ଖ ସାଜଇ

   ମୂର୍ଖ ସାଜଇ ଶିକ୍ଷିତ

  ଶୋଷକ ଏଠି ଶାସକ ସାଜଇ

   ତ୍ୟାଗୀ ସାଜଇ ଦର୍ଶକ।


   ଜ୍ଞାନୀ ମାନୀ ଏଠି ପୂଜା ପାଆନ୍ତିନି

   ପୂଜା ପାଆନ୍ତି ଅଜ୍ଞାନ

  ଚାଟୁକାର ତୋଷାମଦିଆ ଏଠି

    ସୁବିଧା ନିଅନ୍ତି

  ହତାଦର ହୁଏ ସତ୍ୟବାନ।


    ସିଂହ ଏଠି କଏଦୀ ସାଜେ

    କୁକୁର ଏଠି ମହାନ

   ବଦ୍ୟା ଏଠି ପୂଜା ପାଏ ନାହିଁ

    ଅବିଦ୍ୟାର ହୁଏ ଜୟ ଗାନ

   ଧନ୍ୟ ଧନ୍ୟ ଆମ ଏ ଦେଶ

    ଧନ୍ୟ ଆମର ଏ ଶାସନ ।


   ମଣିଷ ପଣିଆ ଯା ଠାରେ ନ ଥାଏ

    ସେ ଏ ବିଧି ବ୍ୟବସ୍ଥାକୁ କରେ ରକ୍ଷଣ

   ଶୃଙ୍ଖଳା ଜ୍ଞାନ ନ ଥାଏ ଯା ଠାରେ

    ସେ ପୁଣି ଅଟେ ଏ ସମାଜେ ବିଦ୍ଵାନ

   ଯା ପାଖରେ ଅଛି ଧନ

    ନ ଥାଉ କିଛି ଯେ ଜ୍ଞାନ ଅବା ଗୁଣ 

    ଗଢଇ ଏ ଦେଶ ରାଜ୍ୟର ବିଧି ବିଧାନ

   ଧନ୍ୟ ଆମ ଗଣତନ୍ତ୍ର ଧନ୍ୟ ଆମ ସମ୍ବିଧାନ

    ଦିନୁଁ ଦିନ ପୁଞ୍ଜିବାଦ ର ହୁଏ ଉତ୍ଥାନ

   ଧନୀ ଗରିବ ଙ୍କ ମଧ୍ୟେ ପ୍ରଭେଦ ବଢଇ

   ଏହି କ'ଣ ତେବେ ଆମ ସମାନତାର ମାନ

   ଧନୀ ଏଠି ପୁଣି ହୁଏ ଧନୀ

    ନିର୍ଦ୍ଧନ ର ମେରୁଦଣ୍ଡ ଭାଙ୍ଗେ ପୁଣି

    ଏହି କ'ଣ ତେବେ ଆମ ସମ ବିଧାନ

    ଗରିବ ବାପୁଡା ନ୍ୟାୟ ପାଏ ନାହିଁ

    ଧନୀ କିଣିନିଏ ଧନ ବଳରେ ସବୁ ଆଇନ

   ନୀତି ନୈତିକତା ର ମାନେ କିଛି ନାହିଁ

     ଜଳକା ସାଜନ୍ତି ଆମ ନିରୀହ ଜନ

    ଧନ୍ୟ ଧନ୍ୟ ଆମ ଗଣତନ୍ତ୍ର

    ଧନ୍ୟ ଆମ ସମ୍ବିଧାନ

   ଶିକ୍ଷିତ ଏଠି ମୂର୍ଖ‌‌‌ ସାଜଇ

   ମୂର୍ଖ ସାଜଇ ଶିକ୍ଷିତ

    ଶୋଷକ ଏଠି ଶାସକ ସାଜଇ

   ତ୍ୟାଗୀ ସାଜଇ ଦର୍ଶକ।


   


Rate this content
Log in

Similar oriya poem from Abstract