STORYMIRROR

LALIT MOHAN DASH

Abstract Classics

4  

LALIT MOHAN DASH

Abstract Classics

ଶୀତୁଆ ସକାଳ

ଶୀତୁଆ ସକାଳ

1 min
382


ସକାଳ ହୋଇଲା କୁକୁଟ ଡାକିଲା

 ନିଦ ମୋର ଭାଙ୍ଗି ଗଲା 

ନ‌ଈ ପଠାରେ ମୁଁ ପହଞ୍ଚୁ ପହଞ୍ଚୁ

    ହାତ ଗୋଡ଼ ଥରୁ ଥିଲା ।


ମନ୍ଦିର ପୂଜାରି ନିତ୍ୟକର୍ମ ସାରି

   ମନ୍ଦିର ରେ ପୂଜା କଲେ

ପଡିଶା ଘରର ହ‍ଂସ ଛୁଆ ମାନେ

   ପଦ୍ମ ପୋଖରୀକୁ ଗଲେ ।


ଆମ ସାନବାପା ଧୂପ ଦୀପ ଦେଇ

  ମନ୍ତ୍ର ଧ୍ଵନି କରୁଥିଲେ 

ସାନ ଖୁଡୀ ମୋର ଗାଧୋଇ ସାରିକି

  ଚ‌ଉରାରେ ପାଣି ଦେଲେ ।


ମାଆ ଗୋବରରେ ଘର ଲିପୁଥିଲା

  ବାପା ବିଲ ପଟେ ଗଲେ

କୁମୁନା ଭିତରେ ଯେତେ ମାଛ ଥିଲା

  ମୁଣାରେ ଭରି ଆଣିଲେ ।


ଆଇବୁଢୀ ମୋର ଥର ଥର ହେଇ 

  ସୂର୍ଯ୍ୟ ନମସ୍କାର କରେ

ଯୁଵା ପିଲାମାନେ କୁସ୍ତି କରିବାକୁ 

   ଖେଳ ପଡିଆ କୁ ଗଲେ ।


ତରବରେ ଉଠି ସାନ ଭାଇ ମୋର

  ଯୋଗ କରିବା କୁ ଗଲା 

ଟିଊସନ୍ ପାଇଁ ବାହାରି ପଡିଲେ 

  ଆମ ସାହି ସବୁ ପିଲା।


ପୂରୁବ ଦିଗରୁ ସୂର୍ଯ୍ୟ ବାହାରିଲେ

  ଧରା ହେଲା ଆଲୋକିତ

ଭଣଜା କୁ ମୋର କ‌ଁଅଳ ଖରାରେ 

  ନାନୀ ଦେଉଥିଲା ସେକ ।


ବଢାଅଜା ମାନେ ନିଆଁ ଲଗେଇ ଣ

  ଦେହହାତ ସେକୁ ଥିଲେ 

ନଡ଼ିଆ ଗଛର ପକ୍ଷୀ ମାନେ ସବୁ 

  ଖାଦ୍ୟ ଅନ୍ବେଷଣେ ଗଲେ ।


ତପନ କିରଣେ କୁହୁଡି ହଟିଲା

  ବାଡିରେ ଫୁଲ ଫୁଟିଲା 

ଶୀତୁଆ ସକାଳ ଭାରି ଭଲଲାଗେ 

  କବିତା ମୋର ସରିଲା।।


Rate this content
Log in

Similar oriya poem from Abstract