ଶୀତ
ଶୀତ
ଶୀତ ରେ !
କେତେ ଅସହାୟ ତୁ ସତେ
ସେହି ମଣିଷଟିର
ଅଧା ଚିରା ଚାଦର ତଳେ !
କାହିଁକି ଡରିବ କହ! ତତେ ସିଏ,
ରାଜରାସ୍ତା ଯା'ର ସୁବର୍ଣ୍ଣ ପଲଙ୍କ
ଆକାଶ ଯା'ର ସାମିୟାନା ହୁଏ ?
ସେ ସୀମାନ୍ତ ଜାଗ୍ରତ ପ୍ରହରୀ ଯିଏ,
ଅହର୍ନିଶି କାନ୍ଧରେ ବନ୍ଧୁକ ନେଇ
ପ୍ରଚଣ୍ଡତାକୁ ତୋର ନିଇତି ହରାଏ ?
ଲୁହ ଲହୁ ଏକ କରି ମାଟିରେ ମାଟି ହୁଏ
ପୁଙ୍ଗୁଳା ଦେହରେ ପୁଣି ଗମ୍ ଗମ୍ ଝାଳ
କେତେ ତୁ ଦାରୁଣ ହେଲେ , ତା'ର କି ଯାଏ ?