Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

ଶୀତ

ଶୀତ

1 min
195



ଦୁଇମୁଠା ଅନ୍ଧାରରେ ଶୀତ

ଆଞ୍ଜୁଳାଏ ଆଲୁଅରେ ଶୀତ

ଶୀତ ଅସରନ୍ତି ପସରା ନେଇ

ଆସେ ଯେବେ ଅମୃତ ନେଇ

ଢାଳେ ଧାରଣୀରେ ଗୀତ ଗାଇ

ଧାନ କିଆରୀରେ ସୁଲୁସୁଲୁ ବାଆ

ଢେଉ ଖେଳେ ସମୁଦ୍ର ହୁଏ ଜୁଆରିଆ

ମୋନାଲିସା ହସ ଏତେ ମାଦକତା

କଲମ ଚାଷରେ ମନ ସରସତା

ଯୋଗ ଯାଗ ଖେଳ କୁଦ ନେଇ

ଶୀତ ଆସେ କାର୍ତ୍ତିକରୁ ଘରଭଡା ନେଇ

ଗଛରେ ପତ୍ର ଓ ଫୁଲରେ ଶିଶିର ଭିଜାଇ

ଦୁବ ଘାସ ଲାଗେ ବରଫ ଦେଶ ସରି

ଉଷୁମ ବସ୍ତ୍ର ଖୋଜି ଦିନ ଯିବ ସରି

ଶୀତ ତୁ ରହିଯାଆ ବର୍ଷ ଯାଉ ଥିରି ଥରି

ଓଡିଶା ଅତିଥି ଦେବୋ ଭବ ଭାବେ

ଦେଖୁନୁ ଦୀପାବଳୀ କାର୍ତ୍ତିକ ପୁନେଇଁ

ପୁଣି ମାର୍ଗାଶିର ଗୁରୁବାର ଅଷ୍ଟମୀ ମନାଇଁ

ପୂଜା ଵିଧି ବିଧାନ ସବୁ ତୋ ପାଇଁ

ଧୂନି ପୁଇଁ ପୁଇଁ ଆସେ ଅମା ଓ ପୁନେଇଁ

ଖିଆ ଶୁଆ ଜମେଇ କବି ଚୋରାଏ ଶବ୍ଦ

ତୋ ନାମରେ କବିତାଟେ ଥିବ ବିତୁ ଅବ୍ଦ

ଶୀତ ଋଷି ଗଲେ ରୋଗ ଆସିବ ଧାଇଁ

ବର୍ଷ ସାରା ନହେଲେ ବି ଚାରିମାସ ନେଇ

ରାଗ ପରି ବାଘ ସରି ତୁ ଗୀତ ଗାଇ ଗାଇ

କହିଦେଇ ଯା ଭାଇଚାରା ପାଇଁ

ତୋ ଦେହରେ ନାଚ ମେଳା ମଉଛବ ଥାଇ

ତୋ ଉଷୁମ ପରସ ଜମା ଭୁଲି ହୁଏ ନାହିଁ


Rate this content
Log in

Similar oriya poem from Abstract