Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Action

3  

Niranjan Mishra

Action

ଶୀତ ସଞ୍ଜ

ଶୀତ ସଞ୍ଜ

1 min
202



ସୂରୁଜ ଦେବତା ବିଦାୟ ନେଲେଣି

ପକ୍ଷୀ ସବୁ ଗଲେ ଉଡି ।

ଗାଈଆଳ ଟୋକା ଗୋଗୋଷ୍ଠ ଆଣିଲା

ବତ୍ସା ଦେଲେ ହମ୍ବା ରଡି ।୧।

ଶୀତ ଦିନ ଏବେ ସଞ୍ଜ ନଇଁଲାଣି

ଫେରିଲେ ସବୁ ଘରକୁ ।

ଦିନଯାକ କାମ ସରିଗଲା ସବୁ

ନାହିଁ ସଞ୍ଜ ପହରକୁ ।୨।

ସଞ୍ଜ ପହରରେ ଗାଁଲୋକେ କିଛି

ରୁଣ୍ଡାଇ ପୁଣ୍ଡାଇ କାଠ ।

ଜାଳୁଛନ୍ତି ନିଆଁ ଗାଁ ଦାଣ୍ଡଟାରେ

ପିଲାଏ କରନ୍ତି ନାଟ ।୩।

ନିଆଁ ପୋଉଁଛନ୍ତି ଗୀତ ଗାଉଛନ୍ତି

ଉଷୁମ ଲାଗିଲେ ଦିହ ।

ଯିଏ ଯା ଘରକୁ ଚାଲିଯାଇ ପାଠ

ପଢିବେ ଦେଖିବ ରହ ।୪।

ଶୀତ ଦିନ ସଞ୍ଜ ଆସିଗଲା ଏବେ

ଘରେ ସବୁ ରହିଛନ୍ତି ।

ଅତି ଦରକାର ନପଡିଲେ କେହି

ଘରୁ ବାହାରୁ ନାହାନ୍ତି ।୫।

ଯା ଦେହରେ ଦେଖ ଅଛି ଶୀତ ଲୁଗା

ଲାଗୁଅଛି ଶୀତ ଶୀତ ।

ଜାଡରୁ ମୁକତି ପାଇବା ପାଇଁକି

ଶୀତବସ୍ତ୍ର ପରିହିତ ।୬।

ଶୀତୁଆ ସଞ୍ଜରେ ସଅଳ ସଅଳ

ଚଉରା ମୂଳରେ ଯାଇ ।

ସଞ୍ଜ ଦେଉଅଛି ବୋହୂ ଭୁଆସୁଣୀ

ଶୀତକୁ ଖାତିର ନାହିଁ ।୭।

ଘଣ୍ଟ ଘଣ୍ଟା ଶଙ୍ଖ ଶୁଭିଲାଣି ଦେଖ

ଦେବାଳୟମାନଙ୍କରେ ।

ସଞ୍ଜ ଆରତୀ ସମୟ ହୋଇଅଛି

ଦେଖିଆସ ଯାଇ ଥରେ ।୮।

କୃଷକ ଫେରିଲା କ୍ଷେତରୁ ତାହାର

ଧାନ କଟାକଟି ସାରି ।

ବାନ୍ଧି ଆଣି ତାକୁ ଖଳାରେ ରଖିବ

ଧାନଗଦାଟିଏ ମାରି ।୯।


Rate this content
Log in

Similar oriya poem from Action