STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଘରର ଘରଣୀ, ମୋ ମାଲିକାଣୀ

ଘରର ଘରଣୀ, ମୋ ମାଲିକାଣୀ

1 min
236

ପରିବାର ଅଟେ ମନର ମନ୍ଦିର

ମୁଖଶାଳା ସେତ ଘରର ଘରଣୀ

ମୁଖଶାଳା ଯେହ୍ନେ ମନ୍ଦିର ପ୍ରତୀକ

ପରିବାରେ ମଧ୍ୟେ ମନ ପାଟରାଣୀ ।


ବୈକୁଣ୍ଠ ସମାନ ଅଟେ ସେହି ଘର

ପ୍ରେମ ଥାଏ ଯହିଁ ଯଦି ନିରନ୍ତର

ଘରର ଘରଣୀ ମନ ଯେ ସୁନ୍ଦର

ସ୍ନେହ ମମତାରେ ଗଢେ ତା ସଂସାର।


ତେଲ ଲୁଣର ଦୁନିଆ କୁ ଧରି

ପଣତ କାନି ରେ ସମ୍ପର୍କ ବାନ୍ଧି

ସଂସାର ରଥକୁ ନିଏ ଆଗକୁ ଟାଣି

ସହନଶୀଳତା କୁ ହୃଦୟେ ଛନ୍ଦି।


ପରବ ପର୍ବାଣୀ ଅବା ବାହାଘର

ସବୁ ଅଟେ ତାଙ୍କ କାର୍ଯ୍ୟକାରିଣୀ

ହିସାବ କିତାବ ଆଉ କିଣା କିଣି

ଏସବୁ ନିର୍ଦ୍ଧାର କରନ୍ତି ଘରର ଘରଣୀ।


ବିଶ୍ବାସ ଅଟେ ତାଙ୍କ ଅତୁଟ ବନ୍ଧନ

ସବୁ ଇଛା ତାଙ୍କ ସ୍ବଛ ଦୃଷ୍ଟି କୋଣ

ସୁଖ ଶାନ୍ତି ଭରା ରହୁ ତା ସଂସାର

ସର୍ବଦା ସୁସମ୍ପର୍କ ଥାଉ ନିରନ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract