STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ମିଛ ନାଟକ କାହିଁକି

ମିଛ ନାଟକ କାହିଁକି

1 min
139


ଅନ୍ତରରେ ଭାବନା ଘୃଣା, ହିଂସା ଓ ଦ୍ୱେଷର,

ଉପର ମନରେ ଗାଉଛ, 

ଅମୃତମୟ ଏ ଜଗତ ,

ସ୍ଲୋଗାନ ଦେଉଛ,

ବାନ୍ଧି ହୋଇଛେ ପରସ୍ପର ସ୍ନେହ ବନ୍ଧନରେ ,

ସମ୍ବିଧାନକ ମୌଳିକ ଅଧିକାର,

ହାସଲ ପାଇଁ ଆମେ ବଦ୍ଧପରିକର,

ମୁକ୍ତ ଭାବ ବିନିମୟରେ,

ସହାନୁଭୂତିର ଆଦର୍ଶରେ ,

ଅନାବିଳ ପ୍ରେମ ବିଶ୍ଵାସର ଭାବରେ,

ନିଃସ୍ୱାର୍ଥପରତାରେ ,

ମୂଲ୍ୟବୋଧ ଜୀବନ ଯାତ୍ରାରେ, 

ତ୍ୟାଗପୂର୍ଣ ମାନସିକତାରେ,

ଅତୁଟ ସମ୍ପର୍କର ଡୋରେ, 

କାମନା ବାସନା ର ସଂଯମତାରେ ,

ବିଶ୍ଵଭ୍ରାତୃତ୍ବ ବୀଜ ବପନରେ, 

ବାଣ୍ଟୁଛେ ବଡ ବଡ ସ୍ଲୋଗାନରେ,

ଆମେ, ଆମ ସଂସ୍କୃତି ମହାନ୍ ପରା

ବସୁଦେବ କୁଟୁମ୍ବକଂ ଜ୍ଞାନରେ.


କିନ୍ତୁ ଅନ୍ତରକୁ ପଚାର,

ଜାଣିବ,

ତୁମେ ହଜାଇ ଦେଇଛ ପ୍ରେମ ବିଶ୍ଵାସର ମୂର୍ଚ୍ଛନା

କରୁଛ ମିଛ ଶ୍ରଦ୍ଧାଞ୍ଜଳି, 

ମିଛ ମିଛିକା ତିଳ ତର୍ପଣ, 

ସବୁ ଛଳନା ଓ ନାଟକ, 

ନାହିଁ ତ ବିଶ୍ଵାସ ଅହିଂସାରେ

 

ସବୁଠି ତ ମୂକସାକ୍ଷୀ, 

କ୍ଷତାକ୍ତ କରୁଛ ଜାତିର ପିତାର ଚିତ୍ରପଟ୍ଟ, 

ଆଜି ଖାଲି କରୁଛ 

ତୁମ ମିଛ ପ୍ରତାରଣାର ବିଜ୍ଞାପନ

ଗୋଟିଏ ଦିନରେ କେତେଟା ଗୁଳି 

କଣ ଯଥେଷ୍ଟ ନଥିଲା, 

ସେଥିପାଇଁ ବାରମ୍ବାର ଗୁଳିବିଦ୍ଧ କର

ରକ୍ତାକ୍ତ କରୁଛ ମୃତ ହୋଇଥିବା ଶରୀରକୁ,

ଘୁରି ବୁଲୁଥିବା ହୃଦୟକୁ,

ହେ, ଧର୍ମାନ୍ଧ, ମତାନ୍ଧ ଗଣ,

ବନ୍ଦ କର ମିଛ ନାଟକ, 

ବନ୍ଦ କର ପ୍ରହସନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action