STORYMIRROR

Chittaranjan Nanda

Action Others Children

3  

Chittaranjan Nanda

Action Others Children

ଦୋଳଯାତରା ପର୍ବ

ଦୋଳଯାତରା ପର୍ବ

1 min
180


ଦୋଳଯାତର ପର୍ବ ଚାଲିଛି ତ

ଘରେ ଘରେ 

ପ୍ରଭୁ ରାଧାକାନ୍ତ ହୁଅନ୍ତି ବିଜେ 

ଦାଣ୍ଡରେ ।୧।


ପଳାଶ ପୁଷ୍ପର ରକ୍ତିମ କଢ 

ଫୁଟିଛି

ଆମ୍ରବନର ସୁଗନ୍ଧ ବାସନା

ବହୁଛି ।୨।


ସତେଜ ମଲ୍ଲୀ ଭୁରୁଭୁରୁ ହୋଇ

ବାସୁଛି

ବସନ୍ତର ଆଗମନ ବାର୍ତ୍ତା ପରା

ଆଣିଛି ।୩।


ଘର ଭୁଆସୁଣୀ ଦାଣ୍ଡରେ ସଞ୍ଜ 

ଦେଉଛି

ମୃଦଙ୍ଗ ଝାଞ୍ଜର ଅପୁର୍ବ ନିନାଦ 

ଶୁଭୁଛି ।୪।


ଆସିଛି ଆଜି ବସନ୍ତ ମଧୁବୁଣି 

ପୁରେ ପୁରେ

ଛୁଇଁ ଯାଉଛି ଭାରୀ ଆନନ୍ଦ ସବୁ 

ପ୍ରାଣରେ ।୫।


ରଜନୀର ଚାନ୍ଦିନୀ ରାତି କେତେ 

ସୁନ୍ଦର 

ରାଧାକାନ୍ତ, ବାହାରେ ବୁଲନ୍ତି 

ଘରଦ୍ବାର ।୬।


ପଡୁଛି ହରିବୋଲ, ହୁଳହୁଳି ଓ 

କରତାଳି 

କାହାଳୀ ତୁରୀ ଘଣ୍ଟ ବଂଶୀ ଶବ୍ଦରେ 

ପଡେ ଉଛୁଳି ।୭।


ମଣ୍ଡିଛନ୍ତି ପାଟ ମଠା ମୁରବୀ 

ମାନେ ସରାଗରେ

ଆନନ୍ଦରେ ବିଭୋର ପ୍ରଭୁ ଙ୍କ 

ଦୋଳଯାତ୍ରା ରେ ।୮।


ଗଳାରେ ଫୁଲମାଳ ମୁଣ୍ଡରେ 

ଚନ୍ଦନ ଟିପା ଅବିର

ଅବିର ରଙ୍ଗର ଚିତାରେ ସମସ୍ତେ 

ଭାରୀ ବିଭୋର ।୯।


ଆସ ଗୋ ମିତ ଆସ ଗୋ ମିତ

ଦେଖିବା ଦୋଳ ଯାତ

ଷୋଳ ଖମ୍ବରେ ଗଢା ବିମାନରେ

ବିଜେ ରାଧାକାନ୍ତ ।୧୦।


କାଲି ଆସିବ ଯମୁନା ସ୍ନାନର 

ଅନ୍ତିମ ଲୀଳା

ଅବିର ପିଚକା ରେ ହେବେ ନାଲି 

ନେଳି ଧଳା କଳା ।୧୧।

 

ଭକ୍ତ ମନ କହି ନାଚିବ ହେ 

ପ୍ରଭୁ ରାଧାକାନ୍ତ 

ଘେନ ଭକ୍ତ ଆରତ ଯୁଗଳ 

ପଦେ ରହୁ ଚିତ୍ତ ।୧୨।


ସଖି କହିବେ ବନମାଳୀଙ୍କୁ ଦେଖ 

ଗୋ ଆହା ଦେଖ ଗୋ

ରାଧା ମାଧବ ଯୁଗଳ ଅଙ୍ଗ ମଧୁର ମିଳନ

ରଙ୍ଗ ଦେଖଗୋ ଆହା ଦେଖ ଗୋ ।୧୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action