STORYMIRROR

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

କାହାକୁ ଦୋଷ ଦେବା

କାହାକୁ ଦୋଷ ଦେବା

1 min
219


ଶିଶୁ ଥିଲେ


ହୃଦୟେ ଭରିଥାଏ କୋମଳତା 

ନଥାଏ ମନରେ ତାର କପଟତା


ନଦେଖାଏ ଆତ୍ମ ଗର୍ବ ଅହଙ୍କାର

ନିଷ୍ପାପ ନିର୍ମଳ ମନ ତ ତାହାର


ଚପଳ ସେ, ଖୋଜେ ସଦା ଆଦର 

ହେବାକୁ ତ ଭଲ ମଣିଷ ଇଚ୍ଛା ତାର


ଶିଖିବାର ମନୋବୃତ୍ତି ଥାଏ ପାଶେ

ଅହିଂସାର ପୂଜାରୀ ହେବ ଭବିଷ୍ୟେ


ବଡ ହେଲେ


ଆମ ଭୁଲକୁ ଲୁଚେଇ ଚାଲିଲେ

ସ୍ୱାର୍ଥପରତାରେ ମିଛୁଆ ହୋଇଲେ


ମଉଜ ଦରକାର, ବିଷତ ଭରିଲେ

ସେ ସତ କହିବାକୁ ତାଗିଦ ବି କଲେ 


ଚାଟୁକାର ହୋଇ ହେଲେ ବଳିଆର 

ପାଦ ଥାପିବାକୁ ମନ ବଳେନି କାର, 


କୁହ କାହାକୁ ଆମେ ଦୋଷ ଦେବା ଭଲା


ଶିଶୁଟିଏ


ମିଛଟାକୁ ଦେଖି ଅନୁକରଣ କଲା

ଛୋଟ ଜିନିଷକୁ ସେ ଚୋରି କଲା


ସମାଜ ଠାରୁ ବହାବା ବି ନେଲା

ଭବିଷ୍ୟତେ ବଡ ଚୋର ହୋଇଗଲା 


ମିଛ ତ ସହଜ, ସହଜକୁ ବାଛି ନେଲା

ସତ ତ କଷ୍ଟ, ସତକୁ ଆଡେଇ ଦେଲା


କୁହ କାହାକୁ ଆମେ ଦୋଷ ଦେବା ଭଲା


ପରିଣାମ


ପାପର ପରିଣାମ କଥା କିଛି କହିଲୁ ନାହିଁ 

ପିଲାଏ, ଗତି କରୁଛନ୍ତି ସେହି ବାଟ ଦେଇ 


ବିଶ୍ୱାସରେ ବିଷ ଦେଇ ଏଇ ମଣିଷ  

ମନେ ମନେ ନିଜେ ସ୍ରଷ୍ଟା ଭାବ ଆଶ


ତାହା ଲାଗି ଆଜି ଏ ସଂସାର ସାଗର

ବୋହୁ ନାହିଁ କି ସବୁ ଯନ୍ତ୍ରଣାର ଧାର


ରକ୍ତ ପିପାସୁ ଶଇତାନ ବନି ଦୁନିଆରେ

ବୋଲାଇଲା ସାର ସମସ୍ତ ମଣିଷ ଭିତରେ 


କୁହ କାହାକୁ ଆମେ ଦୋଷ ଦେବା ଭଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract