STORYMIRROR

Chinmayee Kanta

Action Classics Others

3  

Chinmayee Kanta

Action Classics Others

ମୁଁ ମୋ ଜୀବନକୁ

ମୁଁ ମୋ ଜୀବନକୁ

1 min
153

କି ଭୁଲ୍ ମୋର ? 

ସମୟକୁ ଅନେକ ଥର ଗୁହାରି କରେଁ

ଏ ସମୟ କିଛି ସମୟ ରହିଯା,

ରହି ନ ଗଲେ ତୁ ଅତି ଧିରେ ଧିରେ ଯା

ହେଲେ ସମୟର କଣ କାନ ଅଛି?

ମୁଁ ମୋ ଜୀବନକୁ କହେ

ଆରେ ଜୀବନ କିଛି ନାହିଁ ଆଗରେ

କେବଳ ମିଳିବେ ପ୍ରତି ମୁହୂର୍ତ୍ତରେ

ଅଚିହ୍ନା ଲୋକ, କିଏ ହେବ ନିଜର 

ଆଉ କିଏ ହେବ ସ୍ଵାର୍ଥପର 

ତଥାପି ତୁ ଧାଉଛୁ କାହିଁକି ଏତେ ଦ୍ରୁତ ଗତିରେ ? 

ଜୀବନଟି ହସି କି କୁହେ,

ଆରେ ମୂର୍ଖ; 

ବୟସ ଗଡୁଛି ତୋର ନୁହଁ ଜିବନ

ଦେଖିଛୁ ଏଇ ଜୀବନେ ଯାହା ସପନ

ଶୀଘ୍ର କର ଜାଇ ତାହା ପୁରାଣ

ନ ହେଲେ ତୋ ଜୀବନର ଖାଲି

ହେଉଥିବ ଅପମାନ ।

ସମୟ ଗଡିଲା ବୟସ ଗଡିଲା

ସରିଲା ମୋର ଉଚିତ୍ ସମୟ

ଜାଣିଲି ଯେବେ ମୁଁ ସମୟର ମୂଲ୍ୟ

କି ହେବ ମୋର ଠିକ୍ ବିଷୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action