STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ମଣିଷ ଜୀବନ ନୁହେଁ ହୀନ

ମଣିଷ ଜୀବନ ନୁହେଁ ହୀନ

1 min
136


ସ୍ନେହ ସରାଗ ପ୍ରେମ ଭାବ ତ ଶାଶ୍ୱତ

ଖୁସିର ପରଶ ସାଧୁ ବ୍ୟବହାର ସତ୍ ପଥ


ଏ ସବ ଗୁଣ ଅଭ୍ୟାସ କରୁଥିବ ନିତ୍ୟ

ଜ୍ଞାନଲାଭ ଅଟେ ବାସ୍ତବ ପରମ ଶାସ୍ତ୍ର 


ଯସ୍ୟ ଦେବେ ପରାଭକ୍ତି ର୍ଯାଥା 

ଦେବେ ତଥା ଗୁରୌ ତସୈତେ କଥିତ ହ୍ୟାର୍ଥା 


ପ୍ରକାଶନ୍ତେ ମହାତ୍ମାନା, ଅର୍ଥ ଏହି ଶ୍ଳୋକର 

ଗୁରୁ ପାଦପଦ୍ମ ସେବା,ମାର୍ଗ ସିଦ୍ଧିଲାଭର


ଫଳ ଖାଏ ନାହିଁ ଗଛ ଯେ ଲଗାଇ ଥାଏ

ଫଳ ଫଳିଲେ ଆଉ କେହି ପରା ଖାଏ


ଜାତି ବର୍ଣ୍ଣ କର୍ମ ଧର୍ମ ଭିନ୍ନ, ଚଳିବା ଅଭିନ୍ନ

ଶତୃ ଭାବନା ଅସହିଷ୍ଣୁପଣ ଅମାନବ ଗୁଣ


ଶ୍ରଦ୍ଧା ବା ବିଶ୍ୱାସ ରଖିଲେ ଏ ସମସ୍ତ ତତ୍ତ୍ୱ

ମଣିଷ ଜୀବନ ନୁହେଁ ହୀନ, ହୋଇବ ବିଖ୍ୟାତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract