STORYMIRROR

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

କିସ୍ତି ମରଣ

କିସ୍ତି ମରଣ

1 min
134

ମଣିଷ ତ ନିମିତ୍ତ ମାତ୍ର ସାଧାରଣ

ନା ତା'ର ନିଶ୍ୱାସ କିଣିବାର ଅଛି ଯୋଗ୍ୟତା

ନା ଅଛି ଭଲ ଦାମ୍ ରେ ବିକିବାର

ସେ ଅଧିକାରର ଅଧିକାରୀ 

କେବଳ ଜଣେ ଅଦୃଶ୍ଯମାନ ସମୟ ତଥା ଈଶ୍ବର ।


ନା ଆମେ କହିପାରିବା ମାନବ ଜନ୍ମର କାରଣ

ନା କରିପାରିବ ଜନ କେବେ 

କାହାର ଶରୀରର ମୃତ୍ୟୁକୁ ବାରଣ

ତାଙ୍କ ଇଛାରେ ନର କରେ ଜନ୍ମଗ୍ରହଣ

ସେ ଚାହିଁଲେ ଆମକୁ ମୃତ୍ୟୁ କରିବ ବରଣ ।


ବେଳେବେଳେ ମୃତ୍ୟୁ କିସ୍ତିରେ ଆସେ

ବେକରେ ଦଉଡ଼ି ବାନ୍ଧି କରାଏ ଜୀବନ ଚାଷ

ବେହୋସ କରି ସିଞ୍ଚନ କରୁଥିବ ଜଳ

ଗଡ଼ୁଥିବ ବେଳ ଚାଲିଥିବ ଯନ୍ତ୍ରଣାର ମେଳ

ହେଲେ ଧିର ଗତିରେ ଆସୁଥିବ କାଳ ।


ପ୍ରାଣ ପଡ଼ିଥିବ ବନ୍ଧା ମନ ହେଉଥିବା ବିନ୍ଧା

ସବୁ ଲାଗୁଥିବ ଏକପ୍ରକାର ସକାଳ ଅବା ସନ୍ଧ୍ଯା

ଶୁଭୁଥିବ ଶୂନ୍ଯବାଣୀ ଅନ୍ଧାର ଆକାଶରୁ 

ନା ତୁମେ ଆତ୍ମହତ୍ଯା ପାଇଁ ଯୋଗ୍ୟ

ନା ତୁମେ ମାଟି ପାଇଁ ଉପଯୋଗୀ

ମଣିଷ ନାମରେ ହୀନପଶୁ ତୁହି, 

କହେ ମନକୁ ମନ ମାନବ 

ମରଣ ଆସିବ ନାହିଁ ମୋ' ପାଇଁ ଅଛୁଆଁ ମୁହିଁ

ମୁଁ ଏଇମିତି ପ୍ରତିଦିନ ମରୁଥିବି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract