STORYMIRROR

Sunanda Mohanty

Abstract Action

3  

Sunanda Mohanty

Abstract Action

କବିତା

କବିତା

1 min
138

କବିତାର ସ୍ୱର, ଲୟ, ତାଳ

କବିତାର ଶବ୍ଦ ସତେ ବୃକ୍ଷ ଡାଳ

କବିତାର ଶବ୍ଦ ତୋଳେ ଶବ୍ଦ ଫୁଲ ଫଳ

କବିତା କେବେ ବୃକ୍ଷ ସତେ ଶାଳ ପିଆଶାଳ

କବିତା ପୂଜେ କେବେ ଶିଳା, ଶୀଳ, ଶାଳ

କବିତା ହୁଏ ଡହଳ ବିକଳ

କବିତା ପ୍ରକାଶେ ବ୍ୟାକୁଳ

କବିତା ବାରମାସୀ ଉତ୍ପନ୍ନ ଫଳ

କବିତା ବାର୍ତ୍ତବହ ସୁନେଲି ସକାଳ

କବିତା ପ୍ରୀତି ମନ୍ଦାକିନୀରେ ଭାବ ବିହ୍ୱଳ

କବିତା ସମଝୋତା କରେ ଦେଖି ବେଳ କାଳ

କବିତା ସମୃଦ୍ଧିର ଭଣ୍ଡାର ଉତ୍କଳ

କବିତା ମନ କିଣିନିଏ ଚଞ୍ଚଳ ଚଞ୍ଚଳ

କବିତା ଲାଗେ ସତେ ମାଆର ଅଞ୍ଚଳ

କବିତାମନସ୍କ ହେବାକୁ ଚକାଆଖିରେ କଜ୍ଵଳ

କବିତା ଏକ ଶବ୍ଦସମୁଦ୍ର ମହାକାଳ

କବିତାକୁ କରେ ଆକୁଳ ଅଚଳ ଅଥଳ

କବିତା ଲେଖନୀର ଦିଗ୍ ବାରେଣୀ ବଳ

କବିତାର ଜୟ କିନ୍ତୁ କାଳକାଳ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract