ପ୍ରତିଯୋଜନରେ ପୂରିଛି ଶକତି
ପ୍ରତିଯୋଜନରେ ପୂରିଛି ଶକତି
ସୁସଙ୍ଗତ ହେଉ ସମ୍ବନ୍ଧ ସମ୍ପର୍କ
ଭୟମୁକ୍ତ ପରିସର
ହେଉ ସମନ୍ୱିତ ପ୍ରୟାସ ସୁନ୍ଦର
ମଣିଷ ଆତ୍ମନିର୍ଭର ।
କୈ।ଶଳ ବିକାଶ ସୃଜନଶୀଳତା
ସୁସାହିତ୍ୟ ସଦ୍ଭାବନା
ନିଶୁଳ୍କ ନିସ୍ୱ।ର୍ଥ ନୈତିକ ଅଧ୍ୟାତ୍ମ
ହେଉ ଶିକ୍ଷା ଅଧ୍ୟାପନା ।
ସମ୍ବଳ ସମୟ ସଦ ଉପଯୋଗ
ସୁଷମ ପରିଚାଳନା
ଉନ୍ମେଷୁ ଉତ୍ତମ ସୁଦକ୍ଷ ନେତୃତ୍ୱ
ନୂତନ ଶୈଳୀ ଧାରଣା ।
ପ୍ରତିଯୋଜନରେ ପୂରିଛି ଶକତି
ଅସୀମିତ ସମ୍ଭାବନା
ଗଢିବା ନୂତନ ମହାନ ଭାରତ
ଦୃଢ଼ ଆମ ସଙ୍କଳ୍ପନା ।
