STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ପ୍ରତିଯୋଜନରେ ପୂରିଛି ଶକତି

ପ୍ରତିଯୋଜନରେ ପୂରିଛି ଶକତି

1 min
214


ସୁସଙ୍ଗତ ହେଉ ସମ୍ବନ୍ଧ ସମ୍ପର୍କ

ଭୟମୁକ୍ତ ପରିସର

ହେଉ ସମନ୍ୱିତ ପ୍ରୟାସ ସୁନ୍ଦର

ମଣିଷ ଆତ୍ମନିର୍ଭର ।

କୈ।ଶଳ ବିକାଶ ସୃଜନଶୀଳତା

ସୁସାହିତ୍ୟ ସଦ୍ଭାବନା

ନିଶୁଳ୍କ ନିସ୍ୱ।ର୍ଥ ନୈତିକ ଅଧ୍ୟାତ୍ମ

ହେଉ ଶିକ୍ଷା ଅଧ୍ୟାପନା ।

ସମ୍ବଳ ସମୟ ସଦ ଉପଯୋଗ

ସୁଷମ ପରିଚାଳନା

ଉନ୍ମେଷୁ ଉତ୍ତମ ସୁଦକ୍ଷ ନେତୃତ୍ୱ

ନୂତନ ଶୈଳୀ ଧାରଣା ।

ପ୍ରତିଯୋଜନରେ ପୂରିଛି ଶକତି

ଅସୀମିତ ସମ୍ଭାବନା

ଗଢିବା ନୂତନ ମହାନ ଭାରତ

ଦୃଢ଼ ଆମ ସଙ୍କଳ୍ପନା ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action