STORYMIRROR

Chinmayee Kanta

Action Inspirational Others

3  

Chinmayee Kanta

Action Inspirational Others

କମଳା ରଙ୍ଗ

କମଳା ରଙ୍ଗ

1 min
174


ଭୁଲ୍ ଥିଲା ମୋର ସେଇ କେତେ ଦିନର

ବାପାଙ୍କ କଥାକୁ ଯେବେ ମୁଁ କଲି ଅସ୍ବୀକାର ।

ନିଜ ପୁଅ ବୋଲି କେତେ ଯେ ଦେଲେ ଜ୍ଞାନ

ସେଇ ଜ୍ଞାନକୁ ସେ ସମୟେ ମୁଁ କଲି ଅପମାନ ।

ସମୟ ଆସିଲା ଆଜି ସୁଧାରିବାକୁ

ଦଣ୍ଡର ବଦଲେ ମୁଁ ବଦଳାଇବି ନିଜକୁ ।

ଖୋଲିବି ମୋର ସେଇ ସୃଜନଶୀଲତା

ଜାଳିବି ଜୀବନେ ମୋର ଏକ ନୂଆ ସଳିତା ।

ଉତ୍ସାହରେ ଆଜି ମାନିବି ହୋଲି ଦିନ

ପୁରଣ ହୋଇଛି ଆଜି ମୋର ସବୁ ସପନ ।

ପିତା ମାତା ମୋହର ଜିଅନ୍ତା ଦେବତା

ତାଙ୍କ ବିନା ଜୀବନରେ ଲାଗେ କେତେ ଶୂନ୍ୟତା ।

ବୋଳିଦେବି ରଙ୍ଗ ଧରି ତାଙ୍କ ମୁଖରେ

ଆଶିଷରେ ଘେନିନେବି ସବୁ ନୀତି ଶିକ୍ଷାରେ ।

କମଳା ରଙ୍ଗକୁ ଅତି ଆଦରେ ନେଇ

ଗାଲରେ ମଖେଇ ଦେବି ଅତି ଭଦ୍ରତା ହୋଇ ।


 


Rate this content
Log in

Similar oriya poem from Action