ପ୍ଲାଷ୍ଟିକ୍ ଓ ପଲିଥିନ୍
ପ୍ଲାଷ୍ଟିକ୍ ଓ ପଲିଥିନ୍
ଗାଆଁ ସହରର ବଜାର ହେଉବା
ସମୁଦ୍ରକୂଳ ବା ନଦୀର ତଟେ
ପ୍ଲାଷ୍ଟିକ୍ ଓ ପଲିଥିନ୍ ପଡ଼ିଥାଏ ପରା
ଘରେ ଅବା ଯିବା ଆସିବା ବାଟେ ।
ପ୍ରତ୍ୟେକ ଘରର କୋଣ ଅନୁକୋଣେ
ଦିଶଇ ପ୍ଲାଷ୍ଟିକ୍ ଜିନିଷ,ଜରି
ବଜାରରୁ କିଛି ଜିନିଷ କିଣିଲେ
ଆଣୁ ଆମେରେ ପଲିଥିନ୍ ଭରି ।
ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାରେ
ପରିବେଶ ପରା ହୁଏ ଦୂଷିତ
ମାଟି ବିଗିଡ଼ଇ ପୋଡ଼ନ୍ତା ଧୂଆଁରେ
ଫୁସ୍ଫୁସ୍ ହୁଅଇ ସଂକ୍ରମିତ ।
ଅନେକ ସମୟେ ଏଗୁଡ଼ିକୁ ଖାଇ
ପଶୁପକ୍ଷୀଙ୍କର ମୃତ୍ୟୁ ଘଟଇ
ଜଳ ନିଷ୍କାସନ ପଥେ ଏହା ରହି
ଜଳ ପ୍ରବାହରେ ବାଧା ଦିଅଇ ।
ଗଛଟିର ଚେର ମାଟି ଭିତରକୁ
ଯିବାକୁ ଦିଏରେ ଏସବୁ ବାଧା
ବର୍ଷା ଜଳେ ଭାସି ମିଶଇ ମାଟିରେ
ହରାଏ ମାଟି ମାଆ ଉର୍ବରତା ।
ବେଳେ ବେଳେ କିଛି ଗୁଜୁରାଣ ପାଇଁ
ବାଟରୁ ସାଉଁଟି ବଜାରେ ବିକି
ପରିବାର ଡଙ୍ଗା ଚଳାନ୍ତି ସେମାନେ
ଭଲ ଲାଗେ ପରା ଏଦୃଶ୍ୟ ଦେଖି ।
ଅନୁଷ୍ଠ।ନ ହେଉ ଅବା ଘର ହେଉ
ହେଉ ପଛେ ପ୍ରତି ଛକ ବଜାର
ପୁଣି ବ୍ୟବହାର ପାଇଁ ସବୁଠାରେ
କରିବା ଡଷ୍ଟବିନ୍ ବ୍ୟବହାର ।
ପେପର,କପଡା ବ୍ୟାଗ୍ ବ୍ୟବହାର
କରିଲେ ଏହା ହାର କମିଯିବ
ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ ହେବ
ଓ ସ୍ଵଛ ଭାରତ ସାକାର ହେବ।
