Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

ପରିବେଶର ସୁରକ୍ଷା, ଏକାଠି ହେବା

ପରିବେଶର ସୁରକ୍ଷା, ଏକାଠି ହେବା

1 min
147



'ପ୍ରାଣ' ଚାଲେ ଜୀବ ଜଗତର 'ଶ୍ୱାସ', 

ପ୍ରଶ୍ୱାସ ଓ ନିଃଶ୍ୱାସକୁ ନେଇ

ମଣିଷର ଏହି ଜୀବନ ଶକ୍ତିକୁ ପ୍ରକୃତିର

ପରିବେଶ ଦେଇଚାଲି ଥାଇ ।


ଜୀବ ଜଗତର ଉତ୍ସ ହେଉଛି ଶାନ୍ତସ୍ନିଗ୍ଧ 

ପ୍ରକୃତି ଏ ଧରା ପୃଷ୍ଠର

ବଞ୍ଚିବା ପାଇଁ ପ୍ରକୃତି ଦେଇଛି ଅସରନ୍ତି 

ସୌନ୍ଦର୍ଯ୍ୟର ଭଣ୍ଡାର ଘର  ।


ଖାଦ୍ୟ ପାନୀୟ ଅମ୍ଳଜାନ ଯାହା ପାଉ 

ତାହା ପ୍ରକୃତି କରିଛି ଦାନ

ଆନନ୍ଦ ଓ ଶାନ୍ତି ଟିକେ ଖୋଜି ପାଉ ତା

ପ୍ରକୃତିର ଶାନ୍ତ ବାତାବରଣ ।


ସେହି ବାତାବରଣକୁ ନଷ୍ଟ କରି ଚାଲିଛୁ

ଅଜଣା ଆଶାର ସ୍ବାର୍ଥପରତାରେ

କାଟୁଛୁ ଜଙ୍ଗଲ, ଗଢୁଛୁ ସୁଉଚ୍ଚ ଅଟ୍ଟାଳିକା

ସମସ୍ତ ଅବିବେକୀ ପଣରେ  ।


କୁଢକୁଢ ଆବର୍ଜନା ପୂତିଗନ୍ଧମୟ ବିଷାକ୍ତ 

ଦ୍ରବ୍ୟ ନଦୀ ଗର୍ଭକୁ ଛାଡୁଛୁ 

ପ୍ରକୃତି ଦତ୍ତ ପବିତ୍ର ନଦୀ ଓ ଜଳଧାରା 

ଗୁଡିକୁ ଦୂଷିତ କରି ଚାଲିଛୁ ।


ଅଧିକ ଅମଳ ସକାଶେ ପ୍ରୟୋଗ କରୁଛେ

ଅତି କୀଟନାଶକ ସିଞ୍ଚନ ସାରର

ରାସାୟନିକ ଅତିଶୟ ଆଣୁଛି ବିପଦ ସମସ୍ତ

ମଣିଷ, ପଶୁ ଓ କୀଟ ପତଙ୍ଗର ।


ମଣିଷର ବିଳାସମୟ ଜୀବନ ଶୈଳୀ ଓ 

ଆଚାର ବିହୀନ ବିଚାର

ବୃଥାଟାରେ ଲୋପ କରିଲାଣି ଅନେକ 

ଜୀବଜନ୍ତୁ ଓ ଅନେକ ଜୀବ ସତ୍ତାର ।


ବେଳ ଥାଉ ଥାଉ ହେବା ସାବଧାନ ଏହା

ହିଁ ସତ୍ୟ ଜୀବନ ଦର୍ଶନ ବାଣୀ  

ପରିବେଶର ସୁରକ୍ଷା ପାଇଁ ଏକାଠି ହେବା,

ଧ୍ୱଂସକୁ ଡାକିବା ନାହିଁ ଜାଣିଶୁଣି l



Rate this content
Log in

Similar oriya poem from Abstract