ଆଜି ମୋର ଖଡ଼ିଛୁଆଁ
ଆଜି ମୋର ଖଡ଼ିଛୁଆଁ


କେମିତି ଦିଶୁଛି ଦେଏଖେ ବୋଉ,
କାମଦାମ ତୋର ସେତିକି ଥାଉ
ଆଜି ମୋର ଖଡ଼ି ଛୁଆଁ
ହାତଧରି ମୋର ସିଲଟରେ 'ଗୁରୁ'
ପାଠ ପଢ଼ାଇବେ ନୂଆ ।
ପୂଜା କରି ଗୁରୁ ନଡ଼ିଆ ପିଟି,
ଖଡ଼ି ଧରି ଦେବେ ମୁଣ୍ଡୁଳୀ କାଟି ।
ବ୍ରହ୍ମା, ବିଷ୍ଣୁ, ମହେଶ୍ବର;
ଦେଇ କହୁଥିଲା-ଏମିତି କରିକି
ବିଦ୍ୟାରମ୍ଭ ହେବ ତୋର ।
ଆଗକୁ ପାଠରେ ରଖିଲେ ଧ୍ୟାନ,
ବଢ଼ିବ ମୋହର ବହୁତ ଜ୍ଞାନ ।
ପାଇବି ସବୁରି ସ୍ନେହ;
ବଡ଼ ହୋଇ ଦେଶ ସେବା ମୁଁ କରିବି
ନାଶିବି ଲୋକଙ୍କ ଭୟ ।
ସୀମାରେ ଜଗିବି ବନ୍ଧୁକ ଧରି,
ଶତ୍ରୁ ପଳାଇବେ ଦେଖିକି ଡରି ।
ଶାନ୍ତିରେ ରହିବେ ଲୋକ;
କହିବେ 'ବିବେକ' ଆନନ୍ଦ ବାଣ୍ଟୁଛି
ଦୂର କରି ଆମ ଦୁଃଖ ।