STORYMIRROR

Chittaranjan Nanda

Abstract Action

3  

Chittaranjan Nanda

Abstract Action

ଅଣ୍ଟି ଛୁରି ତଣ୍ଟି କାଟେ

ଅଣ୍ଟି ଛୁରି ତଣ୍ଟି କାଟେ

1 min
173


କଥା କୁହାଳିଆ ଯେତେ, ବଚନେ 

ବଚନେ, ସ୍ୱର୍ଗ ଗଢି ଦେଇ ଥାନ୍ତି

ଷଡଯନ୍ତ୍ରକାରୀ ଯେତେ, ଛଅକୁ 

ଛପନ ନିନ୍ଦା ଅପନିନ୍ଦା ରଚି ଥାନ୍ତି ।


ପାଇଛି, ଠାକୁରଙ୍କ ଧନଖିଆ ଯେତେ, 

ବଚନ ଚାତୁରୀ ଭାରି

ସଜ ପରିବାରେ, ପୋକ ଥୋଇ ଦେବେ 

କଳା କୌଶଳ କରି ।


ମଣିଷ ପ୍ରକୃତି, ମୁଣ୍ଡକୁ ହାତ ପାଇଯିବା 

ପରେ ସାହାଯ୍ୟକାରୀକୁ କିଏ ପଚାରେ 

ହେଜିଥା ଭାଇ ଭଉଣୀ, ଅଣ୍ଟି ଛୁରି ସଦା 

ସର୍ବଦା ପାରଙ୍ଗମ ତଣ୍ଟି କାଟିବାରେ ।


ହାୟରେ ମଣିଷ, ଆହା ନ କହିବେ କେହି 

ଯେବେ ଜୀବନରେ ଦୁର୍ଦ୍ଦିନ ଆସିବ

ଅଣ୍ଟା ନଇଁଥିଲା ବେଳେ ସ୍ୱାର୍ଥର ମଣିଷ 

ଦେଖିକି ତ ଶକ୍ତ ବିଧାଟି ଦେଇଦେବ।


କର ଯେତେ ପୂଜା, ବୁଲ ଯେତେ ମନ୍ଦିର ତୀର୍ଥ

ସ୍ଥାନ, ହୃଦୟେ କୋମଳତା ଅଭାବରେ

ଜାଣିନ କି ବନ୍ଧୁ ଓ ବାନ୍ଧବୀ, କଥା ଅଛି ସକଳ 

ତପସ୍ୟା ନଷ୍ଟ ହୁଏ ଶୁଖୁଆ ପୁଡାରେ ।



Rate this content
Log in

Similar oriya poem from Abstract