STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ସୁଖୀ ଜୀବନ

ସୁଖୀ ଜୀବନ

1 min
174


ଆଶା ନିରାଶା ଓ ଆନନ୍ଦ-ବିଷାଦର 

ଏଇ ଜୀବନ 

ନିର୍ଦ୍ଦିଷ୍ଟ ସମୟ ସୀମା, ଚାଲି ଯାଏ 

ମୁହୁର୍ତ୍ତ ମାନ   ।୧।


ଜୀବନ ରାସ୍ତାରେ ବହୁ ଲୋକ ତ 

ପାଖକୁ ଆସିବେ

କାହା ଅଭାବରେ ଜୀବନ ଅଟକି 

ଯିବନି କେବେ ।୨।


ଜୀବନ ସଦା ଗତିଶୀଳ, ବସେନି

ସ୍ଥାଣୁ ହୋଇ 

ଜୀବନ ଚାଲିଛି, ଚାଲିବ ହସ-ଲୁହ

ଉଭୟକୁ ନେଇ ।୩।


ପ୍ରେମ-ପ୍ରତାରଣା, ମିଳନ-ବିଚ୍ଛେଦ 

ରହିଛି ଓ ରହିବ

ତାକୁ ପଛରେ ପକାଇ ଆଗକୁ ପରା

ଯିବାକୁ ହେବ ।୪।


ଜୀବନର ଚଲାପଥରେ ନିଶ୍ଚିତ କିଛି

ସମସ୍ଯା ରହିବ

ସଫଳତା ହାସଲ ପାଇଁ ପ୍ରତିବନ୍ଧକ 

ସଦା ଆସିବ ।୫।


ମଣିଷ ପଣିଆ ଭିତରେ ଆତ୍ମ ସନ୍ତୋଷ

ରଖିବାକୁ ପଡିବ

ଅନୁକୂଳ ପରିସ୍ଥିତିରେ ମଧ୍ୟ ଖୁସି ଆନନ୍ଦ

ରେ ହଜିବାକୁ ପଡିବ ।୬।


ସମାଧାନ ବାଟ ଖୋଜି, ଜଗି ଦେଖି 

ଚାଲିବାକୁ ହେବ

ଦୃଢ଼ ମନୋବଳ ନିଷ୍ଠା ଏକାଗ୍ରତାର

ଦରକାର ପଡିବ ।୭।


ମନେରଖ, ଆଶା ଓ ବିଶ୍ବାସ ଯଦି 

ଦୃଢ଼ ରହିବ 

ନିଶ୍ଚିତ ଭାବେ ଭବିଷ୍ଯତର ପଥ 

ଉଜ୍ୱଳ ହୋଇବ ।୮।


ତ୍ୟାଗ ଓ ଆଦର୍ଶ ଜ୍ଞାନର ଗୁଣ ଭରିଛି 

ଯେଉଁ ଜନ

ଅହଙ୍କାର ସ୍ପର୍ଶ କରିବନି ତିଳେ, କାଟିବ

ସୁଖର ଜୀବନ ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action