Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Abstract Classics Others

3  

Padmalaya Mishra

Abstract Classics Others

ଶୀତ ସକାଳ

ଶୀତ ସକାଳ

1 min
198


ମଗୁଶୁର ସକାଳେ

ଶୀତ ଅଗଣାରେ ଖେଳେ

ଦୁଆର ବନ୍ଧର ଝୋଟିରେ

ତୁଳସୀ ଚଉରା ମୂଳେ ।

କୁହୁଡିର ଚାଦର ଉହାଡୁ

ମୁରୁକି ହସଇ ସୂର୍ଯ୍ୟ

ରେଜେଇ ଘୋଡେଇ

ଉଷୁମ ଟାଣଇ 

ବିଳମ୍ବିତ ହୁଏ ନିତ୍ୟ କାର୍ଯ୍ୟ ।

ଟାଣିଟୁଣି ହୋଇ

ଶେଯ ଛାଡୁଥାଇ

ମୁଖ ପ୍ରକ୍ଷାଳନ ପାଇଁ

ଯେମିତି ପାଣିକୁ ଛୁଅଁଇ

ଚମକି ପଡଇ

ପାଣି ମତେ ଛୁଅଁନା କୁହଇ ।

ଓଠ ଥରଥର

ଦାନ୍ତରେ ଦାନ୍ତ ବାଜେ

ତଥାପି ବୋଉ ଟାଣେ

ଲକ୍ଷ୍ମୀ ଠାକୁରାଣୀ ବିଜେ

ଆଉ କର ନାହିଁ ଡେରି

ଶୀତର ଲହରୀ

ଏମିତି ଚାଲିବ

ଏମିତି ସକାଳ

ପ୍ରତ୍ୟହ ଆସିବ ।


Rate this content
Log in

Similar oriya poem from Abstract