STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ଶୀତ ସକାଳ

ଶୀତ ସକାଳ

1 min
167

 ତୁ ସକାଳ ଶୀତ, ମୁଁ ଅଗାଂର ନିଆଁ

ଥୁରୁଥୁରୁଚି ଯଦି, ମୋ ପାଖକୁ ଆ


ଥରୁଛି ସତ ମୁଁ ,

ଶୀତରେ ନୁହେଁ

ତୋ ଗୀତରେ

ତୋ କବିତାରେ

ତୋ ନିମନ୍ତ୍ରଣରେ

ତୋ ବ୍ୟାକୁଳତା ରେ 

ତୋ ଆବେଗରେ


ସେକି ଦେବ ନା

 ଜାଳି ଦେବ

ଆଗେ ତୁମେ କୁହ,


ଏମିତି ତ ନିଆଁ,

 ଆବୋରି ନିଏ ସବୁକିଛି

ଜାଳି ଦିଏ ସପନ

ତମାମ ଜୀବନ

ପୁଣି ବିବର୍ଣ୍ଣ କରେ ଦୁନିଆଁ

କେମିତି ବୁଝିବି ତୁମର କିମିଆ

 

 ଉଷ୍ମତା ଟିକେ ମିଳିବ

 ତୁମ ଛାତିର

ଯଦି କୁହ,

ହୋଇଛି ଠିଆ ତୁମ କଵାଟରେ

ଅପେକ୍ଷା ହିଁ କରିଛି ଅହରହ


ତୁମେ ଟିକେ ଆସୁନ ବାହାରେ

ଦେଖିବ,

ତୁମେ ମୋତେ ଜାଳିବ

ନା,

ମୁଁ ତୁମକୁ ଲିଭେଇବି


ଏମିତି ବି

ଭଲ ପାଏ କେହି ଜଣେ,

ସେ ଆସି ନେଇ ଯିବ ନିଶ୍ଚୟ


ମୁଁ ତାର ହେବା ପୂର୍ବରୁ

କରି ନିଅ ନା 

ମୋତେ ତୁମ ନିଜର !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract