STORYMIRROR

rasmi maye pati

Romance

3  

rasmi maye pati

Romance

ଶୀତ ସକାଳ ର ଦୃଶ୍ୟ

ଶୀତ ସକାଳ ର ଦୃଶ୍ୟ

1 min
382


ପ୍ରାଚୀ ନଭ କୋଳେ ଉଇଁଲେ ଆଦିତ୍ୟ

  ସୁନେଲି କିରଣ କଲେ ବିଛୁରିତ।।।।

ପଲ୍ଲବ ବକ୍ଷ ରେ ଶିଶିର ର ବିନ୍ଦୁ

 ଢାଳିଲେ ଆଦିତ୍ୟ କିରଣ ର ସିନ୍ଧୁ।।।।

ଦିଶୁ ଥିଲା ଯେହ୍ନେ ମଣି ମୁକ୍ତା ବିନ୍ଦୁ

  ତରୁ ଠାରୁ ଦ୍ରୁମ ନାଇ ଥିଲେ ସବୁ।।।

ହୋଟେଲ ସାମ୍ନା ରେ ଚାଆ କାଚ ବାମ୍ଫ

  ଧରି ଥିଲେ କେତେ ନାଗର ରସିକ।।।।

ପୁର ପଲ୍ଲୀ ଶୋଭା ନାହିଁ ପଟ୍ଟାନ୍ତର

  ଅବର୍ଣ୍ଣନୀୟ ସେ ଶୀତ ସକାଳ ର।।।

ରାମ ଯେ ଲଇକ୍ଷଣ ର ସାଥେ ରହି 

 ମୃଗୟା ବିନୋଦେ ହରଷ ରେ ଯାଇ।।।

ଚାଷୀ ଭାଇ କଣ୍ଠ ରେ ଲମ୍ବାଉ ଥିଲା

  କ୍ଷେତ ର ଅଭିମୁଖେ ସେ ଧାଇଁ ଥିଲା।।।

କମାର ବୁଢ଼ା ର ଏକ ତାଳ ଶବ୍ଦ

  ଉତ୍ତପ୍ତ ଲୁହା ରେ କୃଷ୍ଣଚୁଡ଼ା ରଙ୍ଗ।।।।।

ପଖାଳ କଂସା ରେ ସାରିଆ ର ମାଆ

 ଆରେ ସାରିଆ ଖାଇ କ୍ଷେତ ଯାଆ।।

ଠେଲା ଗାଡ଼ି ଧରି ଜଳଖିଆ ବାଲା

 ତା ପଛରେ କେତେ ଯେ ବାଳୁତ ପିଲା ।

ଆଗ କୁ ପ୍ରଭାତ ଲମ୍ବି ଯାଉଥିଲା

 ଶୀତ ର ପ୍ରକୋପ କମି ଯାଉଥିଲା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance