STORYMIRROR

Shreeman Anshuman Priyadarshee

Abstract Inspirational Children

4  

Shreeman Anshuman Priyadarshee

Abstract Inspirational Children

ଶୀତ ଋତୁ

ଶୀତ ଋତୁ

1 min
348

ପ୍ରକୃତି କୋଳରେ ହିମଋତୁ ଆସି

ରାଜୁତି ନିଜର କରୁଛି,

ଗାଁ ରୁ ସହର ଚାରି ଆଡ଼େ ଖାଲି

ଶୀତର ଲହରୀ ଖେଳୁଛି ।


ନୀରବ ରାତିରେ ଝରି ଯାଏ ହିମ

ସଙ୍ଗେ ନେଇ କେତେ ପ୍ରୀତି,

କୁହୁଡ଼ି ଛାଇରେ ଲୁଚି ଯାଏ ରବି

ଅସ୍ପଷ୍ଟ ଦିଶେ ଦିନ ରାତି ।


ଚାଷୀ ଭାଇ କ୍ଷେତ ସୁନେଲି ରଙ୍ଗରେ

ଭାରି ମନୋଲୋଭା ଦିଶେ,

ଭଳି କି ଭଳି ଫୁଲ ଫଳ ଆଦିରେ

ଧରଣୀ ମହକି ଉଠେ ।


ସକାଳୁ ସକାଳୁ ଉଠିବା ପାଇଁକି

ମନ ମୋଟେ କରେ ନାହିଁ,

କଅଁଳା ଶିଶୁଟେ ଶୀତକୁ ଡରିକି 

ମାଆ କୋଳ ଛାଡ଼େ ନାହିଁ ।


କୋହଲା ପାଗର ହେମାଳ କମ୍ପନେ

ଥରି ଉଠେ ଦେହ ମୁଣ୍ଡ, 

ଢଳି ଗଲେ ସଞ୍ଜ ସୋଇ ଯାଏ ଧରା

ସୂନ୍ ସାନ୍ ଲାଗେ ଦାଣ୍ଡ ।


ଧନୀଙ୍କ ଦେହରେ ଶୀତବସ୍ତ୍ର ସବୁ

ଭାରି ଝଲସୁ ଥାଏ,

ଗରିବ ଲୋକଟି ଫୁଙ୍ଗୁଳା ଦେହରେ

କମ୍ବଳଟେ ଖୋଜୁ ଥାଏ ।


ଗରମ ଗରମ ସବୁ ଭଲ ଲାଗେ ଭାରି 

ଶୀତ ଯେବେ ଆସି ଯାଏ,

ଚାଆ ଦୋକାନ ରେ ଏତେ ଭିଡ଼ ସତେ 

ସୁନା ବଣ୍ଟା ହେଉ ଥାଏ ।


ଶୀତ ଋତୁ ଅଟେ ଦେହ ପାଇଁ ଭଲ

ଜମା ଯାଅ ନାହିଁ ଭୁଲି,

କିଛି ଦିନ ଆଉ ସହି ଯାଅ ଟିକେ

ଶୀତ ଋତୁ ଯିବ ଚାଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract