ଶୀତ ରାତି"
ଶୀତ ରାତି"
ହେମନ୍ତ ତ ଚାଲିଗଲା
ଭରି ଦେଇଗଲା ଶିହରଣ
ଶୀତୁଆ ଶୀତୁଆ ସଞ୍ଜ ସକାଳେ
ଥୁରୁ ଥୁରୁ ପାଦ ପକାଇ
ଆଗମନ କଲା
ଘନ କୁହୁଡି ଭରା ଶୀତ ରାତି
ନରମ ବହଳିଆ ଘୋଡଣି ତଳେ
ବିରହ ବେଦନାରେ
ଜର୍ଜରିତ ବିଦଗ୍ଧ ପ୍ରେମିକ
ବାତାୟନ ମୁଦା କୋଠରୀ ମଧ୍ୟରେ
ନା ଦେଖି ପାରୁଛି ଜହ୍ନ ମୁଖେ
ତା ରୁପସୀ ପ୍ରେୟସୀ କୁ
ନା ମନର କଥା କହିପାରୁଛି
ତାରା ଫୁଲ ସାଥେ ମନଖୋଲି।
ଦୂରରୁ ଭାସି ଆସୁଛି ରହିରହି
ଶୀତୁଆ ରାତିର ଥଣ୍ଡା କାକରକୁ
ସହ୍ୟ କରିନପାରି ବିକଳରେ
ଆର୍ତ୍ତ ଚିତ୍କାର ଛାଡୁଥିବା ଶ୍ଵାନ
ମାନଙ୍କର ଭୋ ଭୋ ଶଦ୍ଦ।
ସତରେ ମନରେ ଦୟା ଆସେ
କରୁଣାରେ ଶିକ୍ତ ହୋଇଯାଏହୃଦୟ
ଏହି ପ୍ରାଣୀ ମାନଙ୍କ
ଦୁର୍ଦ୍ଦଶାକୁ ଅନୁଭବ କରି।
ଏମାନେ ବି ତ ଭଗବାନ ଙ୍କ ସୃଷ୍ଟି ର ଜୀବ।
ହଁ ରାଜ ରାସ୍ତାର ଫୁଟପାଥ
ବସଷ୍ଟାଣ୍ଡ,ରେଳ ଷ୍ଟେସନ ର
ଦୃଶ୍ୟ ମଣିଷ ମାନଙ୍କ ପାଇଁ ବି
କିଛି କମ୍ ନୁହେଁ।
ସତରେ ଏ ଶୀତ ରାତି
କାହା ପାଇଁ ସୁଖ ଭରିଦିଏ
ତ କାହାପାଇଁ ଯନ୍ତ୍ରଣା ରେ
ପରିପୂର୍ଣ୍ଣ ହୋଇଥାଏ।
ହଠାତ୍ ନିସ୍ତବ୍ଧ ରାତ୍ରୀ ର ନିର୍ଜନତାକୁ
ଭଙ୍ଗ କରି ଭାସି ଆସୁଥିଲା
ରେଳ ଗାଡ଼ିର ବିକଟ ଚିତ୍କାର।
ସେ ଯେପରି କହିଯାଉଥିଲା
ଦେଖ ଗ୍ରୀଷ୍ମ, ବର୍ଷା,ଶରତ,ହେମନ୍ତ, ଶୀତ,ବସନ୍ତ
ସବୁ ଋତୁ ମୋ ପାଇଁ ସମାନ
ସବୁର ରାତି ମୋ ପାଇଁ
ଆଣିଦିଏ ଏକ ଭିନ୍ନ ଅନୁଭୂତି
ତାକୁ ହୃଦୟରେ ସାଇତି ରଖି
ଖୁସି ହେବା ମଣିଷର ଧର୍ମ ହେଲେ ଯାଇ
ସେ ଭଗବାନ ଙ୍କର ଅପୁର୍ବ
ସୃଷ୍ଟିକୁ ଅନୁଭବ କରିପାରିବ।