Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Classics

3  

Jagannath Das

Classics

ଶୀତ ପାଇଁ ଗୀତ

ଶୀତ ପାଇଁ ଗୀତ

1 min
181



ଆସିଛି ତ ଶୀତ ବହେ ପବନ

ଫୁଲ ରାଣୀ ମନେ କେତେ ସପନ।


ଗଗନରେ ଉଡ଼ିବୁଲେ କ୍ରୁରର

ମିଳନ ଗୀତିକା ଗାଏ ଭଅଁର।


ପରଜାପତିଟି ହରଷ ଭରେ

ଉଡି ତା'ର ପାଶେ ଯାଏ ସଧିରେ

ଫୁଲ ରାଣୀର ଯେ ପୁଲକେ ମନ।


ବୀଣା ବଜାଇ ସେ କଳା ଭଅଁର

ସବୁ ଫୁଲଙ୍କର ସେ ମନ ଚୋର।


କିନ୍ତୁ ପ୍ରଜାପତି ତୁରିତେ ଆସି

ସବୁ ମଧୁ ତକ ନିଅଇ ଶୋଷି

ତଥାପି ଫୁଲର ମନ ଉଚ୍ଛନ୍ନ।


ଶେଫାଳି ଉଠୁଛି ଥରି ଘୋର କାନନ

ଆହୁରି ବି ଥରେ କାକରର ଚୁମ୍ବନ।


ଶାରୀ ,କୋକିଳ, ମୟୁର ଆନନ୍ଦେ

ଶୀତେ ନ ଥରିଣ ମୋହନ୍ତି ଜନ।



Rate this content
Log in

Similar oriya poem from Classics