STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଶୀତ ମାଉସୀ

ଶୀତ ମାଉସୀ

1 min
205


ଛଅଟି ଋତୁ  ଚପଳ ଛନ୍ଦା

  ସରଗ ଅପସରୀ

ଆସନ୍ତି ମର୍ତ୍ତେ ଗୋଟିଏ ପରେ

  ଗୋଟିଏ ହାତଧରି ।

ହେମନ୍ତ ପରେ ଆସଇ ଶୀତ

  ଅଳପ ଲାଜ କରି

ଖୋଲେ ସେ ଧିରେ ପେଡିକୁ ତାର

  ଆନନ୍ଦ ଯାଏ ଖେଳି ।

ଶୀତ ମାଉସୀ ନିଜର ଅତି

  ଲାଗଇ ଭାରି ଭଲ

ସକାଳ ଖରା ଲାଗେ ଚନ୍ଦନ

  ଦେହ କରଇ ଟାଣ ।

ସୋରିଷ ଫୁଲେ ହସଇ କ୍ଷେତ

  ଅମଳ ହୁଏ ଧାନ

ବାଡ଼ି ବଗିଚା ଦିଶେ ସୁନ୍ଦର

  ସବୁଜ ଛନଛନ ।

ଫୁଲ ଓ ଫଳ ପନିପରିବା

  ସୁଲଭ ସବୁଠାରେ

ଗୋଲାପ ଗେଣ୍ଡୁ ବିବିଧ ରଙ୍ଗ

  ଶୋଭା ମନକୁ ହରେ ।

ଘର ଦୁଆର ଧାନ ଖଳାରେ

  ପଡ଼ଇ ଚିତା ଝୋଟି

ଗୁରୁବାରରେ ମାତା ଶ୍ରୀଦେବୀ

  ପୂଜା ପାଆନ୍ତି ଲକ୍ଷ୍ମୀ ।

ଶୀତରେ ହୁଏ  ମକର ମେଳା

   ଇଂରାଜୀ ନବବର୍ଷ

ହରଷ ଚିତ୍ତେ  ପାଳନ୍ତି ସର୍ବେ

   ବଡ଼ ଦିନର ପର୍ବ ।

ବଣଭୋଜିରେ ପିଲା ମାତନ୍ତି

   ଖେଳନ୍ତି ଲୁଚକାଳି

ଝରଣା କୂଳ ସବୁଜ ବନେ

  ଖୋଜନ୍ତି କଣ୍ଟିକୋଳି ।

ନାଚେ ମୟୂର ପକ୍ଷକୁ ମେଲି

  ମନକୁ ନିଏ ମୋହି

ଜାତିକୁ ଜାତି ପଶୁ ଓ ପକ୍ଷୀ

  ବନ ବିହାର ଭୂଇଁ ।

ଶୀତ ମାଉସୀ ଡରାଏ କେବେ

  ଭୀଷଣ ହୁଏ ଜାଡ

କୋହଲା ପାଗ ଘନ କୁହୁଡି

  ଭାଙ୍ଗଇ ଶୀତ ହାଡ଼ ।

ପଶମ ବସ୍ତ୍ର  ରେଜେଇ କନ୍ଥା

  ସବୁରି ହୁଏ ଲୋଡା

ଉଷୁମ ଥିଲେ ବିଛଣା ଶେଯ

  ଆଖିକୁ ଆସେ ନିଦ୍ରା ।

ଶୀତ ମାଉସୀ ଦିଅଇ ଭେଟି

  ଅନେକ ଉପହାର

ତା ଉପସ୍ଥିତି ବରଷେ ଥରେ

  ନିହାତି ଦରକାର ।


  



Rate this content
Log in

Similar oriya poem from Inspirational