ଶୀତ ଆମ ମିତ
ଶୀତ ଆମ ମିତ
ଶୀତ ଆମ ମିତ
ଶୀତ ଆମ ମିତ ଦେହ ପାଇଁ ହିତ
କରେ ପ୍ରବାହିତ ଧୀର
ଶୀତଳ ପବନ ବହେ ଘନ ଘନ
ଅଙ୍ଗେ ଶୀହରଣ ଚିର ।
ଖେଳି ଅବୟବ ବିକାର ଅଭାବ
ବିକୃତି ସରବ ନାଶେ
ଶରୀର ଆବୃତ କରନ୍ତି ନିରତ
ଜନେ ସର୍ବେ ଶୀତ ବାସେ ।
ଶରୀର ଉତ୍ତାପ ସନ୍ତୁଳନେ କୋପ
ବହି ସେ ଅମାପ ପୀଡା
ଦେଇ ଥାଏ ନାନା ମତେ ନିର୍ଯ୍ୟାତନା
ଅସହ୍ୟ ଯନ୍ତ୍ରଣା ଛିଡ଼ା ।
ହୋଇ ନ ପାରନ୍ତି ଉଠି ନ ପାରନ୍ତି
ବିଶ୍ରାମ ଲୋଡ଼ନ୍ତି ସର୍ବେ
ଶୀତ ସକାଳ ରେ ସୂର୍ଯ୍ୟ କିରଣ ରେ
ନିଆଁ ପୁଇଁ ବାରେ ସଞ୍ଜେ ।
ବିତି ଯାଏ ବେଳ ଆରାମ ଅତୁଳ
ଉତ୍ସାହ ଓ ବଳ ଦିଏ
ନିତ୍ୟେ ଶୀତ ତlପେ ଅପଘନ କମ୍ପେ
ଉଷ୍ମତା ଉତ୍ତାପେ ନିଏ ।
କାଲୁଆ ପବନ ବହେ ରାତି ଦିନ
ଉଠଇ କମ୍ପନ ଅଙ୍ଗେ
ଏଇ ଶୀତ କାଳ ସଂସାର ମଙ୍ଗଳ
ପାଇଁ ଶୀତ ଜାଳ ରଙ୍ଗେ ।
ବରଷଇ ଆମ ମିତ ପରି କାମ
କରେ ସୁମହାନ ଲକ୍ଷେ
ଶୀତ ତାପ ସହି ଶ୍ରମେ ଥିଲେ ରହି
ନିରୋଗ କରାଇ ରଖେ ।
ଫସଲ ଅମଳ ହୁଏ ଶୀତ କାଳ
ନ ଥାଏ ଜଞ୍ଜlଳ ଜାଳ
ନାନା ଖେଳ କୁଦ ବ୍ୟାୟାମେ ସମୃଦ୍ଧ
ଦିଏ ଆହାଲାଦ ଧାର ।
ବଣ ଭୋଜି ପାଇଁ ଶୀତ କାଳ ଚାହିଁ
ପର୍ଯ୍ୟଟନେ ଯାଇ ଥାନ୍ତି
ଶୀତ ଆମ ମିତ ସାଧେ ବହୁ ହିତ
ବୁଣେ ଅବିରତ ଶାନ୍ତି ।
ମକର ପରବ ପିଠା ପଣା ଦ୍ରବ୍ୟ
ଆନନ୍ଦ ସଦ୍ଭାବ ଆଣେ
ସମ୍ପଦେ ପ୍ରlଚୁର୍ଯ୍ୟ ଭରେ କରେ କାର୍ଯ୍ୟ
ଧରା ରେ ଐଶ୍ଵର୍ଯ୍ୟ ଦାନେ ।
ଏଇ ଶୀତ କାଳ ସିନା ସବୁ ବେଳ
ରହଇ ଅତୁଳ ଭାବେ
ହରଷ ମଉଜ ରସ ର ପ୍ରlଚୁର୍ୟ୍ଯ
ସୁସ୍ନିଗ୍ଧ ସୌନ୍ଦର୍ଯ୍ୟ ସ୍ରାବେ ।