STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୀର୍ଷକ:- ବିରାଜିବେ ନବଦୁର୍ଗା

ଶୀର୍ଷକ:- ବିରାଜିବେ ନବଦୁର୍ଗା

1 min
312


ଝଗଡ଼ି..... ମାତ୍ର ବୃତ୍ତେ 


ମହୁରୀ ! ଢୋଲ ବାଜୁଥିବ 


       ଶଙ୍ଖ ହୁଳହୁଳି ଟି ପଡ଼ୁ ଥିବ ।।ପଦ।।........(୦)


ନାଚ  ଗୀତରେ  ହେବ  ମୁଖରିତ


ଆଲୋକ  ମାଳାରେ ଏ ସୁସଜ୍ଜିତ 


ଦେବୀ ମଣ୍ଡପ ପୀଠେ  ବିରାଜିତ 


ପୂଜନ   ନବଦୁର୍ଗା   ନବରାତ୍ର।। ମହୁରୀ................(୧)


ଧରିତ୍ରୀ  ଯହୁଁ  ହେବ  ପୁଲକିତ


ପୁଷ୍ପ  ପତ୍ର  ଲତା  ପଲ୍ଲବଈତ


ପ୍ରାଣ  ଅମ୍ଳଜାନ  ତହିଁ  ସଞ୍ଚାରିତ


କରୁଛି ମର୍ତ୍ତ୍ୟପୁର ଏ ସ୍ବାଗତ।। ମହୁରୀ................(୨)


କରିବେ ମାତା  ଦୁର୍ଦ୍ଦଶା ହରଣ 


ଦେବେଟି ସୁଖ ଶାନ୍ତି ମୈତ୍ରୀ ଜାଣ


ସତ୍ୟ ଅହିଂସା ପ୍ରେମ ପ୍ରୀତି ଗୁଣ


ଧର୍ମ ସନାତନ ର ଏ  ପାର୍ବଣ।। ମହୁରୀ.............(୩)


ଧଳା ରଙ୍ଗ  ଏ ଶୁଦ୍ଧତା ପ୍ରତୀକ


ଶାନ୍ତି ମୈତ୍ରୀର ଅଟେ ରେ ସନ୍ତକ


ଧଳା ବସ୍ତ୍ରରେ ପରିଧାନ ହୋଇ


ପୂଜା କରିବା ପ୍ରେମ ପ୍ରୀତି ଦେଇ।। ମହୁରୀ.............(୪)


ନବରାତ୍ର ର  ଅଟେ  ପରିଧାନ


ମହିଳା  ତହୁଁ  ଧଳାକୁ  ଧାରଣ


କରିବେ ପୂଜା ନାରୀ, ଶକ୍ତିରୂପା


ମଙ୍ଗଳ କରିବେ ଗୃହେ ଅରୂପା।। ମହୁରୀ ..............(୫)


କୀର୍ତ୍ତ ଭରିଦେବେ ଦେଶେ ଆମର


ଅମୃତ ଏ କାଳ  ଆସିଛି ଯାର


ଆଦର ସମ୍ମାନ ବିଶ୍ବେ ଅପାର


ଉଡୁଛି ଚନ୍ଦ୍ରେ ତ୍ରିରଙ୍ଗା ରାଷ୍ଟ୍ରର।। ମହୁରୀ...............(୬)


ଜିତୁଆ ଠାରୁ ପୂଜନ ମାଆର


ରାଜସ୍ବ ମତରେ ରୀତି ଯାହାର 


ଆୟୁଧର ପୂଜା ପ୍ରୀତି ଭକ୍ତିର


ଷୋହଳ ଦିନ ହେ ପୂଜା ତାଙ୍କର।। ମହୁରୀ...............(୭)


କାଶତଣ୍ଡୀ ଫୁଲ ପବନ ତାଳେ


ଚାମର ବିଞ୍ଚୁଛି  ଭକ୍ତିର  ବଳେ


ଆସିବେଟି ଦେବୀ ମର୍ତ୍ତ୍ୟମଣ୍ଡଳେ 


ଭକ୍ତିରେ ପୂଜିବେ ଜନ ସକଳେ।। ମହୁରୀ..........(୮)




Rate this content
Log in

Similar oriya poem from Abstract