STORYMIRROR

Kailash Chandra Sahani

Abstract Tragedy

3  

Kailash Chandra Sahani

Abstract Tragedy

ସହିବାର ବି ସୀମା ଅଛି

ସହିବାର ବି ସୀମା ଅଛି

1 min
170

ତୁମେ କ'ଣ ଏତିକି ଯାଣିନ ଯେ ,

ସହିବାର ବି ଗୋଟେ ସୀମାଅଛି !

ସବୁବେଳେ ଧୈର୍ଯ୍ୟ ମାପିବା ଭଲ ନୁହେଁ

କାହାର ମନର ମାଧୂରୀମାକୁ ଆଘାତ ଦେଇ ।


ମୁଁ ଫଳନ୍ତି ଗଛ ବୋଲି ଫୋପଡ ସହେ ।

ମୋ ସାମର୍ଥ୍ୟର ଡାଳ ମାନେ ଭାଙ୍ଗିପଡନ୍ତି

ମୋ ବୟସର ସବୁଜ ପତ୍ର ମାନେ

ବିବର୍ଣ୍ଣ ଦିଶନ୍ତି ,

ମୁଁ ସହୁଥାଏ ଈର୍ଷା ଅସୂୟାର ଯାବତ ଢେଲାମାଡ

ମୋ ସଫଳତାର ଫଳ

ବିଫଳରେ ରୂପାନ୍ତରିତ ହେବାଯାଏ ।


କେହି କେବେ ବୁଝିଚ କି

ମୋ ପାରିବା ପଣିଆର ରହସ୍ୟ ?

ମୋ ସଫଳତାର ମିଠାଫଳ ଫଳେଇବାର

ଅନାଲୋଚିତ ସେ ସମୟର ଫର୍ଦ୍ଦ !

ପଚାର ମୋ ପାଦତଳର ମାଟିକୁ

କେତେ ନିର୍ଲିପ୍ତ ତା ମମତାର ଛନ୍ଦ

ଯାହାର ଛାତି ଚିରି ମୋ ଚେର ଶୋଷିଚି ଅମୃତ ,

ପଚାର ସେଇ ମାଆକୁ

ଯିଏ ରାହା ଦେଖାଇଛି ଶୂନ୍ୟକୁ !

ମୋତେ ବିବଶ କରିଛି ତୁମ ପାଇଁ

ନିଜକୁ ସମର୍ପି ଦେବାକୁ ।

ଏବେ ତୁମେ ଜାଳୁଚ ମୋ ମନର ନୀରିହ ପଣକୁ

ଆଉ ମୁଁ ତିଳ ତିଳ ମରୁଛି ....

ସତରେ ,

ସହିବାର ବି ଗୋଟେ ସୀମାଅଛି ।


ଜନ୍ମରୁ ଆଜିଯାଏ

କେବଳ କଷଣ ସହିଆସିଥିବା ଜୀବନ ମୋର ।

କେତେ ଲଢିଚି ଅଭାବବୋଧର ଅହଂକାର ସହ

କେତେ ସହିଚି ଭୋକର ନିଲଠା ଯନ୍ତ୍ରଣା

ଶୈଶବକୁ ବସ୍ତାନୀରେ ବାନ୍ଧି

ଜୀବନ ପରଖିଚି ,

ଯେବେ ଜୀବନକୁ ଚିହ୍ନିବି ନଥିଲି ।

ମୋ ପାଦ ତଳର ମାଟି

ଆହୁରି ସଶକ୍ତ କରୁଥିଲା ମୋତେ

ମୋ ଚେର ମାନେ କାୟା ବିସ୍ତାରୁଥିଲେ ମାଟିରେ

କ୍ରମଶଃ ଶୂନ୍ୟକୁ ମୁଣ୍ଡ ଟେକୁଥିଲେ ଡାଳମାନେ

ଛାୟା ପ୍ରଦାନ କରି ।

ମୁଁ ଦର୍ପିତ ଉଲ୍ଲାସ ର ଭଙ୍ଗୀରେ

ଠିଆ ହୋଇ ଡାକୁଥିଲି ଫଗୁଣକୁ

ଟିକେ ଫୁଲହୋଇ ଫୁଟିଯିବାକୁ

ମୁଁ ବିଭୋର ବର୍ଷାରାତିର ତାତିକୁ ଛୁଉଁଥିଲି

କୁଆଁରୀ ମାଟିକୁ ରଜୋବତୀ କରିବାକୁ

କେବେ ନିଜ ଅଜାଣତରେ ପାଲଟି ଗଲି

ଫଳପ୍ରସୂ ଦାରୁଟିଏ

ଆଉ ସେଇଦିନୁ ସହି ଚାଲୁଚି

ଲୁଣ୍ଠିତ ହେବାର ଯନ୍ତ୍ରଣା ଯେତେ ଅଛି

ସତରେ ,

ସହିବାର ବି ଗୋଟେ ସୀମା ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract