STORYMIRROR

Shashanka sekhar Ray

Tragedy

3  

Shashanka sekhar Ray

Tragedy

ଶହୀଦ

ଶହୀଦ

1 min
383

ସବୁକିଛି ଠିକ୍ ଠାକ୍ ଥିଲା,

ଆକାଶର ନୀଳିମା ପବନର ଗତି,

ଗଛପତ୍ର ଫୁଲଫଳ ସବୁଜିମା ହସୁଥିଲେ

ହଠାତ କମ୍ପିଉଠିଲା ଫୁଲଓ୍ଵାମାର ଛାତି,

ବାରୁଦ ଗନ୍ଧେ ଭରିଗଲା ସାରା ଆକାଶ,

ଛିଟିକି ପଡିଲା ରାଜରାସ୍ତେ,

ତାଜା ରକ୍ତମାଂସର ଟୁକୁରା ଟୁକୁରା ଅଂଶ ।


ସ୍ତବ୍ଧ ହୋଇଗଲା ସାରା ଦେଶ,

ସପ୍ତରଥୀଙ୍କ ଷଡଯନ୍ତ୍ରେ ଅଭିମନ୍ୟୁ ପରି,

ଚକ୍ରବ୍ୟୂହରେ ଫସିଗଲେ ଶହଶହ ଯବାନ,

ବିଶ୍ଵାସଘାତକତାର ରକ୍ତମୁଖା ଅଦିନିଆ ଝଡ,

ଛଡାଇନେଲା ମା ଠାରୁ ଅନେକ ପୁଅ,

କାହା ମଥାରୁ ଲିଭାଇଦେଲା ସିନ୍ଦୁର,

କଅଁଳା ଶିଶୁର ଓଠରୁ ଶୁଖାଇଦେଲା ହସ ।


ପ୍ରତିଶୋଧ ନିଆଁରେ ଟକମକ୍ ଫୁଟେ ରକ୍ତ,

ମା ପାଇଁ ଗଡିଗଲେ ବି ମୁଣ୍ଡ,

ଦୁଃଖ ନାହିଁ କେବେ ମନେ,

ଯାହାର ମାଟି ପାଣି ପବନେ,

ଗଢା ଏ ଦେହ ମନ ପରାଣ ,

ହାରିବନି କେବେ ସେ ଲଢିବ ସବୁଦିନ ।


ଇଟାର ଜବାବ ପଥରେ ଦେବ,

ଭୀରୁ କାପୁରୁଷ ନୁହେଁ କାହା ପରି,

ଗୁଳି ଆଗେ ପତାଇ ନିଜ ଛାତି,

ନଇଁବାକୁ ଦେଵନି କେବେ ଅନ୍ୟପାଶେ,

ସଦା ଜାଗ୍ରତ ପ୍ରହରୀ ଜନନୀ ଜନ୍ମଭୂମି ପାଇଁ,

ଉତ୍ସର୍ଗ କରିବି ଦେଇ ନିଜ ପରାଣ ।


ମାର ପଣତକାନି ଘୋଡାଇଦିଅ ମୋ ଦେହେ,

ଶତସିଂହର ବଳ ଜାଗିବ,

ତା କୋଳେ ଟିକେ ମୁଣ୍ଡ ରଖି,

ଶୋଇଯିବି ଶେଷେ ଶାନ୍ତି ନିଦରେ,

ଶହଶହ ପୁଅ ଜନ୍ମନେବେ ତା କୋଳେ,

ଝରିବାକୁ ଦେବେନି ତା ଆଖିରେ ଟୋପେ ଲୁହ ।


ତ୍ରିରଙ୍ଗା ପତାକା ତଳେ କର ଆଜି ଶପଥ,

ବେଇମାନ ବିଶ୍ଵାସଘାତକ ସାଜିବାନି କେବେ,

ସ୍ଵାର୍ଥମେଧେ ଯଜ୍ଞେ ଦେଇ ଆହୁତି,

ହାତ ପରେ ହାତ ରଖି ନେବା ସଂକଳ୍ପ,

ନିପାତ କରିବାକୁ ସମୂଳେ ଆତଙ୍କବାଦ,

ପୋଛିଦେବା ମା ଛାତିରୁ ପୁଞ୍ଜିଭୁତ ତମାମ କୋହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy