STORYMIRROR

Prafulla Kumar Tripathy

Tragedy

4  

Prafulla Kumar Tripathy

Tragedy

ଶେଷ ଯାତ୍ରା

ଶେଷ ଯାତ୍ରା

1 min
211

ରାମ ନାମ ସତ୍ୟହେ.......

ହରି ନାମ ସତ୍ଯହେ.......

ଡାକ ପଡୁଥିବ ଉଛୁଳି

କୋକେଇ ସେଯରେ ଶୋଇ ପଡିଥିବି

ପକଉଥିବ ଖଇ କଉଡି ା

ସଂସାରର ମୋହ

ଛାଡି ମୁଁ ଯାଉଛି

ରାଗ ହିଂସା ଅଭିିମାନ

ଡାକ ପକାଉଛି ମୋ ଗାଁ ମଶାଣି

ଦେବାକୁ ଟିକିଏ ସ୍ଥାନ ା

ସବୁ ସାଇତା ଜିନିଷକୁ ଦେବନି

ରଖିଥିବ କିଛି ସାଇତି

ସ୍ମୃୃୃୃତିର ଅର୍ଘ୍ଯ ଯେବେ

ମାନସ ଖେଳିବ

ଢାଳିବ କିଛି ଆହୁତି ା

ଖଇ କଉଡି ପକାଉ ଥିବ

ମୋ ଶବ ଯାତ୍ର୍ରା୍ ବେଳେ

ଅପେକ୍ଷା କରିଥିିବ ମୋ ଗାଁ ମଶାଣି

ଆଶ୍ରୟ ଦେବାକୁୁ କୋଳେ ା

ସ୍ନେହ ମମତା ସଂସାରର ମାୟା

ଅନ୍ଯ ହାତେଥିବ ଜିଇଁ

ଆଖି ବୁଜିଦେଲେ

ମୁଠାଏ ପାଉଁସରେ ଶେଷ ଅହଁକାର

ଚିତା ଭସ୍ମ ଥିବ ରହି ାାା

ସ୍ନେହ ଜଞାଳ ସଂସାର ମାୟା

ଅନ୍ୟ ହାତେ ଦେବ ଜିଇଁ

ମୋ ଶେଷ ଠିକଣା

ମୋ ଗାଁ ମାଟିରେ

ରହି ଥିବ କିର୍ତ ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy