Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

3  

Gunanidhi Samal

Tragedy

ଶେଷ ଷ୍ଟେସନ

ଶେଷ ଷ୍ଟେସନ

1 min
12


ବୟସର ଏଇ ଅପରାହ୍ନେ

ତୁମ କଥା ଯେବେ ମନେପଡେ

ଭାବେ ବସି ଏକାନ୍ତେ ବିଜନେ,

ତୁମସାଥେ ସେ' ପ୍ରଥମ ଦେଖା

ଥିଲା କିବା ଅଶୁଭ ଲଗନେ ।

ଅଛି ଆଜି ସେଇ ଜହ୍ନରାତି

ଡେଣା ଝାଡ଼ି ପ୍ରଜାପତି ଉଡେ

ଆଖି ଆଗେ ସୁମଧୁର ସ୍ମୃତି,

ବାରମ୍ବାର ଉପହାସ କରେ

ଗାଇ ଗାଇ ଛଳନାର ଗୀତି ।

ଆଜି ଏଇ ବିଦାୟ ବେଳାରେ

ଆଉ କିବା ଲୋଡ଼ା ମୋହଠାରେ

ଫେରିବି ମୁଁ" ଆର ଜନମରେ ,

ଯଦି ପାର ଦେଖିନିଅ ମୋତେ

ମଶାଣିର ଶେଷ ଷ୍ଟେସନରେ ।


Rate this content
Log in

Similar oriya poem from Tragedy