ଶେଷ ସମୟ
ଶେଷ ସମୟ
ଶେଷ ସମୟ ଆସିଯାଇଥିଲା
ଦୂର ଦିଗବଳୟର ଲାଲିମା
ଫିକା ହୋଇଯାଇଥିଲା
ଫେରି ଯିବାର ଅବସାଦ
ମନରେ ଭରି ରହିଥିଲା
ସମସ୍ତ ଆତ୍ମୀୟ ସ୍ୱଜନ କୁ
ଏକତ୍ରିତ କରିବାର ଉତ୍କଣ୍ଠା
ଭୟଭୀତ କରୁଥିଲା
ଶେଷ ସମୟ ଆସିଯାଇଥିଲା ।
ଶେଷ ସମୟ ଆସିଯାଇଥିଲା
ତୁମକୁ ଛାଡି ଯିବାର ଦୁଃଖ
ମନରେ ଭରିରହିଥିଲା
ତୁମର ସେହି ଡାକ
ହୃଦୟ କୁ ଉଦ୍ବେଳିତ କରୁଥିଲା
ତୁମର ହାତକୁ ନିଜ ଛାତିରେ
ଜାବୁଡି ଧରିବାର ଇଚ୍ଛାକୁ
ହୃଦୟ ର ଗତି ମାନୁନଥିଲା
ତୁମକୁ ଛାଡିଯିବାର ଇଚ୍ଛା ନଥିଲେବି
ଶେଷ ସମୟ ଆସିଯାଇଥିଲା ।
ଶେଷ ସମୟ ଆସିଯାଇଥିଲା
ଶରୀର ସାଥି ନଦେଲେବି
ମନ ଛାଡି ଯିବାପାଇଁ ଅନୁମତି ଦେଉନଥିଲା
ଫେରିଆସିବାର ପ୍ରତିଶୃତି ଦେବାପାଇଁ
ଆଜି କ୍ଷମତା ନଥିଲା
ଧୀରେଧୀରେ ଶ୍ୱାସ ରୁଦ୍ଧ ହେଉଥିଲା
ଶେଷ ସମୟ ଆସିଯାଇଥିଲା ।
ଶେଷ ସମୟ ଆସିଯାଇଥିଲା
ପ୍ରିୟତମ ତୁମ ଡାକ
ଧୀରେଧୀରେ ଅସ୍ପଷ୍ଟ ହୋଇଯାଉଥିଲା ।।
