ଶେଷ ରାତି
ଶେଷ ରାତି


କିଏ ଜାଣେ ଏଇରାତି
ଜୀବନର ଶେଷରାତି ହେବ
କାଲିର ସକାଳ ଆଉ
ଆମ ପାଇଁ କେବେ ନ'ଆସିବ ।
ଜହ୍ନ ଥିବ ତାରା ଥିବ
ହସୁଥିବ ବଗିଚା'ର ଫୁଲ
କେହିବି ନ'ଥିବେ ଜଣେ
ଦେବାପାଇଁ ପୀରତି'ର ମୂଲ ।
କୁଳୁକୁଳୁ ଗୀତ ଗାଇ
ବହୁଥିବ ସମୟର ନଈ
ବୟସର କୃଷ୍ଣଚୂଡ଼ା
ପବନ'ରେ ଯାଉଥିବ ଛୁଇଁ ।
ଧୀରେ ଧୀରେ ଲିଭିଯିବ
ଜିଇଁବା'ର ଜୀବନ ସଳିତା
ଅନ୍ଧାର'ର ଛାତି ଚିରି
ଦିକ୍ ଦିକ୍ ଜଳୁଥିବ ଚିତା ।