STORYMIRROR

Anam Charan Sahoo

Classics

3  

Anam Charan Sahoo

Classics

ଶେଷ ଅଙ୍କ

ଶେଷ ଅଙ୍କ

1 min
362

ସବୁଠୁ ସୁନ୍ଦର ଶାନ୍ତିର ସାଗର

ସୁନ୍ଦରୀ ସତୀ ପ୍ରେମିକା

ଧରିଥାଏ କୋଳେ ଶେଷ ସମୟରେ

ଦିଏ ନାହିଁ କେବେ ଧୋକା

ଆନନ୍ଦ ନିଦ୍ରାରେ ଶୁଆଇ ଥାଏ ସେ

ନଥାଏ ସପନ ଯହିଁ

ସଂସାର ଜଞ୍ଜାଳ ଅଭିନୟ ଖେଳ

ପୂର୍ଣ୍ଣଛେଦ ପଡ଼େ ତହିଁ

ପିତା,ପୁତ୍ର,ଭାଇ ଭଗିନୀ,ବାନ୍ଧବୀ

ମାଆ ସାଙ୍ଗସାଥୀ ଡୋର

ସବୁ ଏକୀଭୂତ ଧନ୍ୟ ଏ ଜଗତ

ଉର୍ଦ୍ଧରେ ଚେତନା ସ୍ତର

ରାଗ, ହିଂସା, ଦ୍ୱେଷ ଛଳନା, କପଟ

ପ୍ରେମ, ପ୍ରୀତି, ଭାବ ରସ

ଭବ ମୋହ ଜାଲ ମାୟାର ମହଲ

ସବୁ ହୋଇଯାଏ ଶେଷ

ରାସ୍ତା ମିଳିଯାଏ ସ୍ରଷ୍ଟାଙ୍କ ଚରଣେ

ମିଳନର ମଧୁ ପର୍ବ

ନ ରହେ ସେଠାରେ ତିଳେମାତ୍ର କା'ରେ

ଦମ୍ଭ, ଅହଂକାର, ଗର୍ବ

ଜୀବନ ନାଟକ ସେହି ଶେଷ ଅଙ୍କ

ପଡେ ଯବନିକା ପାତ

ଜଡ ଏ ଶରୀର ଯଶ, କୀର୍ତ୍ତି ସାର

ଉତ୍ତମ କରମେ ଜାତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics