ଶେଷ ଅଭିନୟ
ଶେଷ ଅଭିନୟ
ଜୀଇଁ ବାର ଅନ୍ୟ ନାମ ଜୀବନ
କାହିଁକି କେଜାଣି ଏ ମଣିଷ କୁ
ପ୍ରତି କ୍ଷଣେ ଅନୁକ୍ଷଣେ
କରୁଥାଏ ତା ଜୀବନକୁ ବିପନ୍ନ ?
ଜୀଇଁ ବାର ମୋହ
ପୁଣି ଜୀବିକା ର ମୋହ
ଜୀବନ ପାଇଁ ଲୋଡା ଜୀବିକା
ଜୀବିକା ସତେ କି ମଣିଷ ପାଇଁ
ପାଲଟିଛି ଆଜି ମରୁ ମରୀଚିକା
କେଉଁଠି ମାରିବ ଥକ୍କା
ପୁଣି କେଉଁଠି ବଞ୍ଚିବା ଏକା
କାହାକୁ ଛାଡିବ ପୁଣି କାହାକୁ ରଖିବ
ଜୀବନ ନା ଜୀବିକାର୍ଜନ ର ମୋହ ?
ଆଜିର ଅତ୍ୟାଧୁନିକ ମଣିଷ
ମନ ଓ ହୃଦୟ ହୁଏ ଅଥୟ
କେତେ ଆଉ କରିବ ମିଛ ଅଭିନୟ
କାହାଠାରେ ନାହିଁ କାହାର ବିଶ୍ଵାସ
ବିଶ୍ଵାସ ଅବିଶ୍ବାସ ର ଗଣ୍ଡି ଭିତରେ
ଅଣନିଃଶ୍ବାସୀ ଆଜିର ଏ ମଣିଷ
ପରିବାର, ପରିବେଶ, କର୍ମସଂସ୍ଥାନ
ଯେଉଁଠି ଦେଖ ସବୁଠି
ମିଛ ପ୍ରତିଶ୍ରୁତି
ମିଛ ଦୁନିଆଁରେ
ମଣିଷ ଜୀବନ ଦୁର୍ବିସହ ।
ଭାଷଣ ଶୋଷଣ କଷଣ ଭିତରେ
ମଣିଷ ବଞ୍ଚେ ଅହରହ
ପ୍ରତିବାଦର ସ୍ବର ଦୁର୍ବଳ
ସବୁଠି ଶୋଷକ ଗୋଷ୍ଠୀଙ୍କ
ରଚଇ ଆତଙ୍କ ର ଭୟ
ଶୋଷିତ ଗୋଷ୍ଠୀ ବଞ୍ଚୁଛି
ଶାସକ ଶୋଷକଙ୍କ
ଦୟାର ପାତ୍ର ସହ ।
ବଞ୍ଚିବାର ଅଧିକାର
ହରାଇଛି ଆଜି ଏ ମଣିଷ
ଚତୁର୍ଦ୍ଦିଗେ ଖେଳିଛି
ଯୁଦ୍ଧ, ହିଂସା ଓ ଦ୍ୱେଷ
ନଷ୍ଟଭ୍ରଷ୍ଟ ଆମ ଏ ପରିବେଶ
ଅଶାନ୍ତିର ବାତାବରଣ ମଧ୍ୟେ
ଗତି କରେ ଆଜିର ମଣିଷ ସମାଜ
ଅଶାନ୍ତ ପରିବେଶୁ ମୁକ୍ତି ଖୋଜୁଛି
ଆଜିର ଏକବିଂଶ ଶତାବ୍ଦୀର ମଣିଷ ।
ବିକାଶ ନାମେ
ମଣିଷ ପଣିଆ ହରାଇ
ଭିଟାମାଟି ଛାଡ଼ି ଖଟୁଛି ଦାଦନ
ଯେତେ ଅରଜିଲେ ମଧ୍ୟ
ପୂରେନା ତା ପାଟି ପେଟ
ସମ୍ପୂର୍ଣ୍ଣ ହୁଏନା ତା'ର
ହୃଦୟ ଓ ମନ
ସବୁଠି ଖାଲି ଚାଲେ
ଜୀବନ ଆଉ ଜୀବିକା ପାଇଁ ଲଢେଇ
ଶିକ୍ଷା ଓ ସଭ୍ୟତା ନାମେ
ଏ ସଭ୍ୟ ମଣିଷ କିନ୍ତୁ
ଛାଡେନା ତା ବଡେଇ
ଯେଉଁଠି ଦେଖ ଖାଲି
ସବୁଠି ଭୟ ଆଉ ଭୟ
ମଣିଷ ବଞ୍ଚିବା ମରିବାର
ଦୋଛକିରେ ପଡି
ଜୀବନ ଜୀବିକା ବିପନ୍ନ କରି
ପ୍ରତି ମୁହୂର୍ତ୍ତରେ କରୁଛି
ଏ ଅଶାନ୍ତ ପରିବେଶେ ରହି
ତା ଜୀବନର ଶେଷ ଅଭିନୟ
ଶେଷ ଅଭିନୟ ।
ଜୀବନ ଜୀବିକା
ଆମ ପରିବାର ପରିବେଶ
ସବୁ ହୋଇଛି ଦୁର୍ବିସହ
ବଞ୍ଚିବା ମରିବା ସହ ସନ୍ଧି କରି
ପ୍ରତ୍ୟେକ ଆମେ ପ୍ରତି ମୁହୂର୍ତ୍ତେ
କରୁଛେ ଆମେ ଜୀବନର
ଶେଷ ଅଭିନୟ
ଶେଷ ଅଭିନୟ ।
