STORYMIRROR

Jyostna mishra

Abstract Inspirational Others

4  

Jyostna mishra

Abstract Inspirational Others

ଶେଷ ଅଭିନୟ

ଶେଷ ଅଭିନୟ

1 min
406


ସମୟ ସ୍ରୋତର ସ୍ମୃତି ସବୁ

ଗୁରୁଙ୍କର ଶିକ୍ଷା

ପିଲାଦିନ ଚାଟଶାଳୀ ପାଠ

ସରଳ ନିଷ୍ପାପ ନିରୀହ ମନ

ସବୁକିଛି ଅଭିନୟ ମନେ ହୁଏ ।।


ବାକି ଜୀବନର ଦୁଃଖ ନୈରାଶ୍ୟ ର

ସତ୍ୟ ର ଅନ୍ବେଷଣରେ

ଧାଇଁ ଧାଇଁ ଏକାଏକା

ଦୁନିଆ ରୁ ବିଛିନ୍ନ ହୁଏ,

ଶୂନ୍ୟତା ଭିତରେ ତୃପ୍ତି ମିଳେ।।


ଅୟୁତ ଆଷାଢ଼, ବୈଶାଖୀ ନିଆଁ ର ତାତି

ଜ୍ୟୋତ୍ସ୍ନା ରାତିର ଧୂଳିଝଡ

ସ୍ନେହ ପ୍ରେମ ମାନ ଅଭିମାନ

ଅଧୁରା ରହିଯାଏ ,

ଶୂନ୍ ଶାନ୍ ରାତିରେ

ମୁକ୍ତି ପାଇବାର ଲୋଭ,

ଅଗ୍ନି ରେ ଝାସ ଦିଏ ,

ବିନା ବିଜୁଳି ରେ ଆକାଶ ଫର୍ଚ୍ଚା ଦିଶେ,

ସମୟ ଲିଭେଇ ଦିଏ ଭୟ,

ଏତ ଥିଲା ଶେଷ ଅଭିନୟ ।।


ଜୀବନର ମାନ ସବୁ ଓଲଟ ପାଲଟ

ଜରାଶ୍ରମ ହତାରେ ବାପା ମାଆ

ସ୍ବାର୍ଥାନ୍ଧ ପୁଅର ମଣିଷ ପଣିଆ

ଜୀବନ ଏଠି ବାଟବଣା ,

କବର ନେଉଛି ଆତ୍ମ ଅଭିମାନ

ସ୍ନେହ ଶ୍ରଦ୍ଧା ସବୁ ପ୍ରତାରଣା 

ସମ୍ପର୍କର ମାନେ ଏଠି କିଛି ନାହିଁ,

ସବୁକିଛି ଦେଖୁଥିବା,

ଲାଗେ ସତ ସବୁ ଜୀବନ୍ତ ଚରିତ୍ର,

ବୋଧେ ଏହା ଶେଷ ଅଭିନୟ

ଲାଗେ ସତେ ! ଏହା ଶେଷ ଅଭିନୟ ।।



Rate this content
Log in

Similar oriya poem from Abstract