STORYMIRROR

Prabhati Mahapatra

Romance Tragedy

3  

Prabhati Mahapatra

Romance Tragedy

ଶେଷ ଆଶା

ଶେଷ ଆଶା

1 min
214

ନୀଳ ଦରିଆ କୂଳିଆ କାହିଁକି ହୁଅ ଛଳିଆ

ପ୍ରହସନ କଲ ଗୋଟେ ଗୋପଦାଣ୍ଡରେ

ନିନ୍ଦା ପ୍ରହାର ଘାତରେ ମନ ମୋର ନିିିତିି ମରେ

ସନ୍ଦେହର ଅଗ୍ନି ଘୁରେ ଚାରି ପାଖରେ

ପ୍ରାଶ୍ନିକ ଯେ ଶାଶୁ ନଣନ୍ଦ 

ସର୍ବଦା ଅଛନ୍ତି ସତେ ମୋ ଆଡିିବନ୍ଧ ।

ଯୁଗ ପରେ କେତେ ଯୁଗ ଏମିତି କରିବି ଭୋଗ

ତ୍ରେତୟା କଟିଲା ମୋର ଘୋର ଅରଣ୍ୟେ

ଅଷ୍ଟ ପାଟରାଣୀ ରଖି ସତ୍ୟ ଯୁୁୁଗେ ହେଲ ସୁଖୀ

ପ୍ରୀତି ପୀୟୂଷ କଳସୀ ଭାଗରେ ଗୁଣେ

ମୋତେ ଏକା କଲ ଦ୍ଵାପରେ 

ବିଚ୍ଛେଦ ଯନ୍ତ୍ରଣା ମନ କିପରି ସରେ ?

ପ୍ରସନ୍ନ ପ୍ରକଟ ନୋହିିଁ ଲୁଚେ କାହ୍ନୁ ତୁମ ପାଇଁ

ମନ ଦ୍ଵାରପାଳେ ଆଜି ଜାଗେ ପ୍ରହରୀ

ଦୁଃଖ କର୍ଦ୍ଦମାକୁ ଲେପି ବେନି ନେତ୍ର ଗଲା ଶୁଖି

ଆଉଟା ମନ ଯେ ମୋର ପକାଏ ହୁରି 

ମାଇଁ ଶଦ୍ଦ ଯେବେ ମୁଁ ଶୁୁୁଣେ

ଲବଣ ସାଗରେ ଯେହ୍ନେ ପଦୁଅଁ ଭଣେ ।

ଶେଷ କର ଜନ୍ମ ଲୀଳା କୂଳେ ଲାଗୁ ମୋର ଭେଳା

ପଶ୍ଚାତ୍ତାପ ଅଗ୍ନିରେ ମୁଁ ଯାଉଛି ଭିିଜି

ଯମୁନାର ଆରୋହିଣୀ ରଖିଛି ଆମ କାହାଣୀ

ସେ ସୋପାନ ସ୍ମୃତି ଧରି ଭାସୁଛି ଆଜି

ଜ୍ଞାତ ହେଲା ତୁମ କପଟ

ମଥୁରା ନ ଯାଅ କାହ୍ନୁ ଭୁଲି ଯା ବାଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance