ଶେଫାଳି
ଶେଫାଳି
ରାତିରେ ଫୁଟିକି ବାସ ଚହଟେଇ
ସୁରୁଜ ଉଇଁଲେ ଝରି ତୁ ଯାଉ
ଅଳପ ସମୟ ଖୁସି ବାଣ୍ଟି ଦେଇ
କହ ଦୁନିଆଁକୁ କି କଥା କହୁ।
କିଂଶୁକ ପରାୟ ସୁବାସ ନ ଥିବ
ମହୀରେ ଏମିତି ପ୍ରାଣ କି ହେବ
ଗଲାପରେ ଯଦି ଲୋକ ନ ଝୁରିବେ
ସେମିତି ପରାଣ ଥାଇ କି ଲାଭ।
ହସ ବାଣ୍ଟିବାକୁ କାର୍ପଣ୍ୟ କାହିଁକି
ବାଣ୍ଟିଦେଲେ ହସ ବଢେ ବହୁତ
ଲୁହଟୋପେ ଯଦି ପୋଛ କା ଆଖିର
ସେଇ ମଣିଷଟା ନିଶ୍ଚେ ମହତ।
ଆହା ପଦେ କାହା ଦୁଃଖରେ ଯଦିବା
ବାହାରିବ କେବେ ହୃଦ ଭିତରୁ
ଈଶ୍ବରଙ୍କର ସେ ଅତି ଆପଣାର
ମଣିଷପଣିଆର ସିଏ ଗୁରୁ।