STORYMIRROR

Amita Dash

Abstract Inspirational Children

4  

Amita Dash

Abstract Inspirational Children

ଶବ୍ଦରୁ ସୃଜନ

ଶବ୍ଦରୁ ସୃଜନ

1 min
601

ସଂଧ୍ୟା ରେ ଦିନେ ଦେଖୁଥିଲି ବସି

ପାଖ ପଡ଼ିଆରେ ପିଲାଙ୍କର ଖେଳ

ଝିପିଝିପି ବର୍ଷାରେ ଓଦା ହେଉଥିଲେ ପଛେ

କେହି ଯାଉ ନ ଥିଲେ ନିଜ ନିଜ ଘର।


ମାଟି ବୋଳାବୋଳି ,ଗଡାଗଡି ହୋଇ କରୁଥାନ୍ତି କେତେ ମଉଜ

ସେମାନଙ୍କୁ ଦେଖି ମନେ ପଡ଼ିଗଲା ମୋର ପିଲାଦିନ

ମାଟି ଅଗଣା,ମାଟି କାନ୍ଥ ର ଆମ ଘର

ତାଳ ବରଡାର ତାଟି ନ କଲେ ଛିଟିକା ମାରେ କାନ୍ଥର ।


ବର୍ଷା ଦିନରେ ମାଟି ର ବାସ୍ନା ମାଛ ଝୋଳ ଠୁ ବଳି ସୁଆଦ

ବାରି ପଛପଟେ ଲୁଚେଇ ଖାଏ ମୁଁ, ଓଦା ମାଟି ଘର କାନ୍ଥ ର।

ବଡ଼ପୁଅ ପେଟରେ ଥିଲାବେଳେ ମାଁ ପଠାଇଥିଲା ଶାଶୁଘର

ମାଁ କୁ ଚିଠିରେ ଲେଖିଥିଲି ବନ ମାଟି ଟିକେ ପଠାଇବୁ ଯେମିତି ହେଲେ ଖାଇବାକୁ ଭାରି ମନ ହଉଚି ମୋର।


ଗାଁଠୁ ଯେତେଦୂରରେ ଥିଲେବି ଲାଗୁଚି ଅଛି ମୁଁ କେତେ ପାଖର

ଆଜି ବି ବର୍ଷା ଦିନର ଓଦାମାଟି ବାସ୍ନା ଲାଗୁଛି କେଡେ ମଧୁର

ମନ ଏ ଚାହୁଁଚି ଦିନେ ଗାଁ ଆଡେ ବୁଲି ଯାଆନ୍ତି ଶେଷ ଥର

ବରଷା କାଦୁଅ ରେ ନାଚନ୍ତି,କୁଦନ୍ତି,

ଲୁଚେଇ କି ଟିକେ ମାଟି ଖାଆନ୍ତି, ମୁଁ ଆମ ବାରି କାନ୍ଥର ।


ପିଲାରେ ଶୁଣିଚେ , ଯମୁନା ଘାଟରେ ବାଳ ଲୀଳା କରି କୃଷ୍ଣ ଖାଉଥିଲେ ମାଟି।

କାନ ଧରି ଆଁ କର କହିବାରୁ ଯଶୋଦା ମା'ଙ୍କୁ ଦେଖାଇ ଥିଲେ ବିଶ୍ବର ଝାଙ୍କି।

ମୂର୍ଚ୍ଛିତା ହୋଇ ପଡିଗଲେ ସିନା ଦେଖି

ଲୀଳାମୟ ଙ୍କର ଲୀଳା।

ଯୁଗ ଯୁଗ ପାଇଁ ରହିଗଲା ସୁନ୍ଦର କାହାଣୀ ଟିଏ ହୋଇ ଅପାସୋରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract